Latest Odisha News

BREAKING NEWS

ଘାରିଛି ହକି ନିଶା : କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର: ଓଡ଼ିଶାବାସୀଙ୍କୁ ଘାରିଛି ହକି ନିଶା । ଗାଁଠୁ ସହର ସବୁଠି ଦେଖିବାକୁ ମିଳୁଛି ହକି ମାନିଆ । ଏଥିରୁ ବାଦ୍ ପଡିନାହାଁନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଏଇ ଦୃଶ୍ୟ ହେଉଛି ହକି ସଚେତନତା ରଥ ଉଦଘାଟନୀ ଉତ୍ସବର । ନାଚ ଗୀତରେ ଫାଟିପଡୁଛି ଉଲୁଣ୍ଡା ବ୍ଲକ ଦକ୍ଷିଣୀପାଲି ଗାଁ ।

ବାଜା ବଜାଇ ହକି ରଥକୁ ବୁଲାଉଛନ୍ତି ଏଠାକାର କଳାକାର । ଆଉ କଳାକାରଙ୍କ ପାଦରେ ପାଦ ମିଶାଇ ଖୁସିରେ ନାଚୁଛନ୍ତି ଜିଲ୍ଲାପାଳ ଆବୋଲି ସୁନୀଲ ନରଓ୍ୱେନ୍ । କଳାକାରଙ୍କ ହାତରେ ହାତ ଛନ୍ଦି ତାଳ ମିଶାଇ ନାଚି ଚାଲିଛନ୍ତି ସେ । ରଥ ବାହାରିବା ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଲୋକାରଣ୍ୟ ହୋଇଛି ଗାଁ । ଏଥିରୁ ବୁଝାପଡୁଛି ହକି ପ୍ରତି ଲୋକଙ୍କ ଭଲପାଇବା କେତେ ।  ଜିଲ୍ଲାପାଳ ବି ସେଇ ଖୁସି ବାଣ୍ଟିବାରେ ପଛେଇ ନାହାଁନ୍ତି ।

ଆସନ୍ତା ୧୩ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ଵ କପ୍ । ଏନେଇ ସଚେତନତା ରଥ ଦକ୍ଷିଣୀପାଲି ଗାଁରୁ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।

ବହୁ ଆଡମ୍ବରରେ ରଥ ଉଦଘାଟନ ହୋଇଛି । ସ୍ଥାନୀୟ ଆଦିବାସୀ ମହିଳାଙ୍କଠୁ ପୁରୁଷ ସଭିଏଁ ଏକତ୍ର ହକି ରଥ ସାଙ୍ଗରେ ଚାଲିଛନ୍ତି । ଆଦିବାସୀ ମହିଳାଙ୍କ ସହିତ ଜିଲ୍ଲାପାଳ ବି ନାଚି ଉତ୍ସବକୁ ଆହୁରି ରଙ୍ଗୀନ କରିଛନ୍ତି ।

ରଥଟି ଦକ୍ଷିଣୀପାଲି ଗାଁରୁ ବାହାରି ଜିଲ୍ଲାର ୧୦୯ ଟି ପଞ୍ଚାୟତକୁ ବୁଲିବ । ହକିକୁ ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ।

 

Leave A Reply

Your email address will not be published.