Latest Odisha News

BREAKING NEWS

ସରିଲା ଜି-୨୦ ଶିଖର ସମ୍ମିଳନୀ, ସ୍ୱଦେଶ ଫେରି ପାରୁନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡ଼ୋ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବିଶ୍ୱର ୨୦ଟି ଅଗ୍ରଣୀ ନେତାମାନେ ସ୍ୱଦେଶ ଫେରିଛନ୍ତି। କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତରେ ଏବେବି ଅଟକି ରହିଛନ୍ତି। ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା ପାଇଲଟ କହିଥିଲେ। ଫଳରେ ସେ ତାଙ୍କ ପ୍ରତିନିଧୀଙ୍କ ସହ ଭାରତରେ ରହିଛନ୍ତି।

ଟ୍ରୁଡୋ ଯେଉଁ ବିମାନରେ ଦିଲ୍ଲୀ ଆସିଥିଲେ ସେହି ବିମାନ ରବିବାର ରାତିରେ ଉଡ଼ାଣ ଭରିବା ସମୟରେ ତୃଟି ଦେଖାଦେଇଥିଲା। ସେବେଠାରୁ ବିମାନର ତୃଟିକୁ ସଜଡ଼ା ଯାଇପାରିନାହିଁ। ବର୍ତ୍ତମାନ ଆଉ ଏକ ବିକଳ୍ପ ବିମାନ ଭାରତରେ ପହଞ୍ଚିବାକୁ ଯାଉଛି। ଯଦି ବର୍ତ୍ତମାନର ବିମାନ ଠିକ ନହୁଏ ତେବେ ଟ୍ରୁଡ଼ୋ ବିକଳ୍ପ ବିମାନରେ କାନାଡା ଫେରିବେ ବୋଲି କୁହାଯାଉଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ସେ କାନାଡା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ। ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ବର ୮ ରେ ଭାରତରେ ପହଞ୍ଚିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଟ୍ରୁଡୋ ତାଙ୍କ ପରିବାର ସହିତ ସେହି ହୋଟେଲରେ ଅଛନ୍ତି ଯେଉଁଠାରେ ସେ ପୂର୍ବରୁ ରହିଥିଲେ।

ଟ୍ରୁଡୋ ଯେଉଁ ବିମାନ ଯାତ୍ରା କରିବାକୁ ଯାଉଥିଲେ ତାହା ପ୍ରାୟ ୩୫ ବର୍ଷ ପୁରୁଣା। ୧୯୯୦ ରୁ ଏହି ବିମାନ ବ୍ୟବହାର କରାଯାଉଛି। ଏହାର ପଞ୍ଜୀକରଣ ସଂଖ୍ୟା ହେଉଛି ୧୫୦୦୧। ସୂଚନା ଥାଉକି ଯେ କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଏପରି ତ୍ରୃଟି ଦେଖାଯିବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ୨୦୧୬ ରେ ମଧ୍ୟ ତାଙ୍କ ବିମାନ ଭାଙ୍ଗି ଯାଇଥିଲା। ଟେକ୍ ଅଫ୍ ହେବାର ୩୦ ମିନିଟ୍ ପରେ ତାଙ୍କୁ ଓଟ୍ଟାୱା ଫେରିବାକୁ ପଡିଲା। ଏହି ଘଟଣା ତାଙ୍କ ବେଲଜିୟମ ଗସ୍ତ ସମୟରେ ଘଟିଥିଲା। ସେହିପରି ୨୦୧୯ ରେ ମଧ୍ୟ ଏହି ବିମାନରେ ତ୍ରୁଟି ଦେଖାଦେଇଥିଲା।

Leave A Reply

Your email address will not be published.