Latest Odisha News

ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଏହି ୯ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଦୀର୍ଘତମ ଦୁଗ୍ଧ ଦାନ୍ତ ପାଇଁ ଜଣେ ୯ ବର୍ଷୀୟ କାନାଡିୟ ବାଳକ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

କାନାଡାର ପିଟରବୋରୋର ବାସିନ୍ଦା ଲୁକଙ୍କର ସବୁଠାରୁ ଲମ୍ବା ଦୁଗ୍ଧ ଦାନ୍ତ ହେତୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ସୂଚନା ଅନୁଯାୟୀ ଲୁକ ବୋଲଟନଙ୍କ ଦାନ୍ତ ସେପ୍ଟେମ୍ବର ୨୦୧୯ରେ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା ସେତେବେଳେ ବାହାର କରାଯାଇଥିଲା। ଏହାର ମାପ ୨.୬ ସେଣ୍ଟିମିଟର ଥିଲା। ବ୍ଲଗ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଲୁକ ନିଜ ଦାନ୍ତକୁ ବେଶ୍‌ ନିରାପଦରେ ରଖିଥିଲେ।

ତେବେ ଏହି ବିଶ୍ୱ ରେକର୍ଡ କଥା ନିକଟରେ ଲୁକଙ୍କୁ ସୂଚିତ କରାଯାଇଥିଲା। ଏହାପୂର୍ବରୁ ଏହି ରେକର୍ଡ କୁର୍ଟିସ୍ ବାଡି ନାମକ ଜଣେ ୧୦ ବର୍ଷ ବୟସ୍କ ବାଳକ ଦ୍ବାରା ହୋଇଥିଲା। ​​ଯାହାର ଦାନ୍ତ ୨.୪ ସେଣ୍ଟିମିଟର ଥିଲା।

ସ୍ଥାନୀୟ ଖବରକାଗଜ ଦେଇଥିବା ଏକ ସାକ୍ଷାତକାରରେ ଲୁକଙ୍କର ପିତା କ୍ରେଗ କହିଛନ୍ତି ଯେ ଏଭଳି ଏକ ଘଟଣା ସତରେ ସମ୍ଭବ ବୋଲି ଭାବିବା ପ୍ରଥମେ ଟିକେ ବିବ୍ରତ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୁକଙ୍କ ଦୁଗ୍ଧ ଦାନ୍ତ ପଛରେ ଆଉ ଏକ ଦାନ୍ତ ବଢୁଥିଲା ଯାହା ଫଳରେ ଏହାକୁ ବାହାର କରିବାକୁ ପଡିଲା।

Leave A Reply

Your email address will not be published.