ପଦରୁ ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ 

ମୁମ୍ବାଇ:  ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା । ସିବିଆଇ ଯାଂଚ ନିର୍ଦ୍ଦେଶ ପରେ ପଦରୁ ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରି ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପହଁଞ୍ଚାଇଛନ୍ତି ।
କିଛିଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିସନର ପରମବୀର ସିଂହ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ । ଅନିଲ ଦେଶମୁଖ ୧୦୦ କୋଟି ବଟି ମାଗୁଥିବା ଅଭିଯୋଗ କରିଥିଲେ ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ଏହି ମାମଲାର ଶୁଣାଣି କରି ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ କରିବା ପାଇଁ ମୁମ୍ବାଇ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନିଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।