Latest Odisha News

BREAKING NEWS

ବେସରକାରୀ ଡାକ୍ତରଖାନାମାନଙ୍କୁ ଦିଦିଙ୍କ କଡ଼ା ଚେତାବନୀ; ସରକାରୀ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନ କଲେ ବାତିଲ୍‌ ହେବ ଲାଇସେନ୍ସ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ବେସରକାରୀ ଡାକ୍ତରଖାନା ସରକାରୀ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅଧୀନରେ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରନ୍ତି ତେବେ ସରକାର ତାଙ୍କ ଘରୋଇ ଡାକ୍ତରଖାନା ଏବଂ ନର୍ସିଂହୋମର ଲାଇସେନ୍ସ ବାତିଲ କରିବେ।

“ଯଦି କେହି ସ୍ୱାସ୍ଥ୍ୟସେବା ଦେବାକୁ ମନା କରନ୍ତି, ତେବେ ସେମାନଙ୍କର ଲାଇସେନ୍ସ ବାତିଲ କରିବାକୁ ସରକାରଙ୍କର କ୍ଷମତା ଅଛି। ଏହି ସ୍ୱାସ୍ଥ୍ୟ ଯୋଜନା ଗରିବ ଲୋକଙ୍କ ପାଇଁ। ଗରୀବ ଲୋକଙ୍କୁ କେହି ହଇରାଣ କରିବା ଉଚିତ ନୁହେଁ ବୋଲି ସିଏମ୍‌ ମମତା ବାନାର୍ଜୀ କହିଛନ୍ତି।  କୌଣସି ନିର୍ଯ୍ୟାତନା ମାମଲା ସାମ୍ନାକୁ ଆସିଲେ ପୋଲିସ ନିକଟରେ ଅଭିଯୋଗ କରିବାକୁ ବାନାର୍ଜୀ କହିଛନ୍ତି।

ମମତା ବାନାର୍ଜୀଙ୍କ ଦ୍ବାରା ୨୦୧୬ ରେ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ସାଥି ଯୋଜନା ହେଉଛି ଏକ ନଗଦବିହୀନ ଯୋଜନା ଯାହା ଦ୍ବାରା ଦ୍ବିତୀୟ ଏବଂ ତୃତୀୟ ସ୍ୱାସ୍ଥ୍ୟସେବାକୁ ପରିବାର ପ୍ରତି ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରେ। ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନଭେମ୍ବର ୨୦୨୦ ରେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଇଁ ନଗଦବିହୀନ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିଥିଲେ।

Comments are closed.