Latest Odisha News

କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଝୁଲିପଡିଲେ ନାବିକ

ପାରାଦୀପ: ଏକ କୋଷ୍ଟଗାର୍ଡ ଜାହାଜ ଭିତରେ ଜଣେ ନାବିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରେଜିୟା ସୁଲତାନା ନାମକ ଜାହାଜ ଭିତରେ ରଶି ଲଗାଇ ନାବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ନାବିକ ଜଣକ ହେଲେ ଗୌତମନ୍ ଏ. କେ ।

କୋଷ୍ଟଗାର୍ଡ ଅଧିକାରୀ ଏନେଇ ଏତଲା ଦେବା ପରେ ମେରାଇନ୍ ଥାନା ତଦନ୍ତ ଆରମ୍ଭ କରିଛି । ପୋଲିସ ଜାହାଜ ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ନାବିକ ଜଣକ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

Comments are closed.