Latest Odisha News

BREAKING NEWS

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ନୁଡଲ୍‌ସ ବିଶ୍ୱର ଏକ ଲୋକପ୍ରିୟ ଖାଦ୍ୟ ହୋଇଥିବା ବେଳେ ପ୍ରକୃତରେ ଏହାର ଉତ୍ପତ୍ତି କେଉଁଠାରୁ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲସ୍‌ ଖାଉଥିବା ପ୍ରମାଣ ମିଳେ।

ସେମାନେ ବାଜରାରୁ ଏହାକୁ ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍‌ସ ଲୋକପ୍ରିୟ ହୋଇଥିଲା। ପ୍ରାଚୀନ ପର୍ସିଆନ୍‌ମାନେ ବି ଏହାକୁ ଖାଉଥିଲେ। ହୋରସ୍‌ଙ୍କ ରଚନାରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ।

ଏହା ରାନ୍ଧିବା ସହଜ ଓ ଶୀଘ୍ର ହଜମ ହୁଏ। ଇଟାଲୀରେ ସବୁଠାରୁ ଅଧିକ ପ୍ରକାରର ନୁଡଲ୍‌ସ ମିଳେ।

Leave A Reply

Your email address will not be published.