Latest Odisha News

BREAKING NEWS

ଡ଼ଟ୍ ଫେଷ୍ଟ୍: ନୃତ୍ୟାଙ୍ଗନାଙ୍କ ମନଛୁଆଁ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ରାଜଧାନୀ ବାସିନ୍ଦା ହକି ସାଙ୍ଗକୁ ଏବେ ନୃତ୍ୟ-ଗୀତର ତାଳେ ତାଳେ ଛନ୍ଦି ହୋଇପଡ଼ିଛନ୍ତି । ପ୍ରତିଟି ସନ୍ଧ୍ୟା ଏବେ ରାଜଧାନୀରେ ରଙ୍ଗୀନ ହୋଇଉଠୁଛି । ସେପଟେ କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକ କରତାଳି ସହିତ ହକିର ମଜା ଉଠାଉଥିବା ବେଳେ ଏପଟେ ଡ଼ଟ୍ ଫେଷ୍ଟରେ ମନଛୁଆଁ ଗୀତ ନାଚ ବେଶ୍ ରୋମାଞ୍ଚିତ କରିପାରିଛି ଭୁବନେଶ୍ୱରବାସୀଙ୍କୁ ।

ଡ଼ଟ ଫେଷ୍ଟର ୫ମ ସନ୍ଧ୍ୟାରେ ୭ଟି ଭାରତୀୟ ନୃତ୍ୟ ପରିବେଷଣରେ ଦର୍ଶକ ଝୁମିଉଠିଛନ୍ତି । ଓଡ଼ିଶୀ ଶାସ୍ତ୍ରୀୟ ନୃନ୍ୟ ହେଉ କି ମଣିପୁରୀ ନାଚର ଯାଦୁ ସବୁ ନୃତ୍ୟରେ ଦର୍ଶକ ହୋଇଛନ୍ତି ବିଭୋର ।

୍ବିଶିଷ୍ଟ ନୃତ୍ୟାଙ୍ଗନା ତଥା ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ‘ସପ୍ତବର୍ଣ୍ଣା’ରେ ଓଡ଼ିଶୀ, ମଣିପୁରୀ, କଥକ, ମୋହିନୀଆଟ୍ଟମ, କୁଚିପୁଡ଼ି, ତାଳବାଦ୍ୟ ଏବଂ କନଣ୍ଟେମ୍ପରାରି ନୃତ୍ୟ ପରିବେଷଣ ହୋଇଥିଲା ।

ଗୋଟିଏ ମଞ୍ଚରେ ଏକାଧିକ ପ୍ରସିଦ୍ଧ ଭାରତୀୟ ନୃତ୍ୟ ପ୍ରଦର୍ଶନ ବେଶ୍ ଆକର୍ଷିତ କରିପାରିଥିଲା ଦର୍ଶକଙ୍କୁ ।

ଏହି ‘ସପ୍ତବର୍ଣ୍ଣା’ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ ।

ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନା ଏବଂ ପରିକଳ୍ପନାରେ ୭ ଜଣ ନୃତ୍ୟଗୁରୁ ଏହି ନୃତ୍ୟ ସଂଯୋଜନା କରିଥିଲେ ।

ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ଧନେଶ୍ୱର ସ୍ୱାଇଁ ତାଳବାଦ୍ୟକୁ ସଂଯୋଜନା କରିଥିବା ବେଳେ

ଓଡ଼ିଶୀରେ ଅରୁଣା ମହାନ୍ତି, କନଣ୍ଟେମ୍ପରାରି ନୃତ୍ୟକୁ ଜନାର୍ଦ୍ଦନ ରାଜ, ମୋହିନୀଆଟ୍ଟମକୁ ମୋମ୍ ଗାଙ୍ଗୁଲି, କଥକନୃତ୍ୟକୁ ଅସୀମ ଭଟ୍ଟାଚାର୍ଯ୍ୟ, ମଣିପୁରୀ ନୃତ୍ୟକୁ ବିମ୍ବାବତୀ ଦେବୀ ସଂଯୋଜନା କରିଥିଲେ ।

ପରିଶେଷରେ ଯୁବ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ କଣ୍ଠଦାନରେ ସୁନ୍ଦର ଗୀତ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.