Latest Odisha News

BREAKING NEWS

ଗଛକୁ ଧକ୍କା ଦେଲା କାର୍, ଚାଳକ ମୃତ

ଗଞ୍ଜାମ : କୋଦଳା ଥାନା ଅନ୍ତର୍ଗତ ନୂତନ ବ୍ରହ୍ମପୁର ନିକଟରେ ଦୁର୍ଘଟଣା । ଗଛକୁ କାର୍ ଧକ୍କା ଦେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଗାଡି ଚାଳକ ରାହୁଲ ଘୋଷ ।

ସୂଚନା ଅନୁସାରେ, ତାଳପଡା ଗାଁର ସୁନୀଲ ଭୂୟାଁ କାରରେ ପୁସ୍ତପୁରରୁ ଖଲ୍ଲିକୋଟ ଯାଉଥିଲେ । କିନ୍ତୁ ନୂତନ ବ୍ରହ୍ମପୁର ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା କାର୍ । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭର ରାହୁଲ ଘୋଷଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବେଗୁନିଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲା । ଗୁରୁତର ଆହତ ହୋଇଥିବା ସୁନୀଲଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

Comments are closed.