Latest Odisha News

BREAKING NEWS

ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଗ୍ଲେନ ମ୍ୟାକ୍ସୱେଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ ବିରାଟ କୋହଲି ଏବଂ ମ୍ୟାକ୍ସୱେଲ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ହାଇଦ୍ରାବାଦ ବୋଲିଂର ଉଚିତ ମୁକାବିଲା କରିପାରି ନ ଥିଲେ । ବାଙ୍ଗାଲୋର ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା । କୋହଲି ୩୩ ରନ କରିଥିବା ବେଳେ ମ୍ୟାକ୍ସୱେଲ ୪୧ ବଲରେ ୫ ଚୌକା ଓ ୩ଛକା ସହାୟତାରେ ୫୯ ରନର ଇନିଂସ ଖେଳିଥିଲେ ।

ଆଇପିଏଲରେ ଦୀର୍ଘ ଦିନ ପରେ ମ୍ୟାକ୍ସୱେଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲ୍ଡର ୩ଟି, ରଶିଦ ଖାଁ ୨ଟି ଉଇକେଟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର, ଶାହାବାଜ ନଦୀମ ଓ ତ୍ୟାଗୀ ନଟରାଜନ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.