Latest Odisha News

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଭୁବନେଶ୍ଵର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଭର ବ୍ରିଜ୍ ତଳକୁ ଖସିଲା କାର୍ । କାର ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବମିଖାଲ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଘଡିଛି ଏହି ସଡକ ଦୁର୍ଘଟଣା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାରଟି ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିଲା । ବମିଖାଲ ସନ୍ତୋଷୀ ମା ମନ୍ଦିର ନିକଟସ୍ତ ଏକ ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ବ୍ରିଜ୍ ତଃଲୁ ଓଲଟି ପଡ଼ିଥିଲା କାରଟି । ଦୁର୍ଘଟଣାରେ କାରଟି ଭାଙ୍ଗି ଚୁରମାର ହୋଇଯାଇଛି । ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଆହତ ବ୍ୟକ୍ତିଙ୍କୁ ମେଡିକାଲ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ପ୍ରଥମିକ ତଦନ୍ତରୁ ଡ୍ରାଇଭର ଜଣଙ୍କ ନିଶା ସେବନ କରିଥିବା ଅନୁମାନ କରାଯାଉଛି ।

Comments are closed.