Latest Odisha News

BREAKING NEWS

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫ରେ ପଂହଚିଲା, ମହିଳା କ୍ରିକେଟ ଫାଇନାଲରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଆରମ୍ଭ ହୋଇଯାଇଛି । ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଟିମ ଇଣ୍ଡିଆ ୫ଟି ପଦକ ହାସଲ କରିବା ସହ ମହିଳା କ୍ରିକେଟ ଫାଇନାଲରେ ପ୍ରବେଶ କରି ଆଉ ଏକ ମେଡାଲ ନିଶ୍ଚିତ କରିଛି । ୧୦ ମିଟର ଏୟାର ରାଇଫଲ ଟିମ ଇଭେଂଟରେ ଭାରତର ରମିତା, ମେହୁଲି ଘୋଷ ଓ ଅସୀ ଚୌକସି ରୌପ୍ୟ ପଦକ ହାସଲ କରିଥିବା ବେଳେ ରୋଇଂ ପୁରୁଷ ଡବଲ ସ୍କଲ୍ସରେ ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ଅଳ୍ପକେ ସ୍ୱର୍ଣ୍ଣ ହାସଲରୁ ରହି ଯାଇଥିଲେ । ରୋଇଂର ପୁରୁଷ ୮ରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ରୌପ୍ୟ ପଦକ ଜିତିଛନ୍ତି ।

BjdElectrycity

ସେହିପରି ୧୦ ମିଟର ମହିଳା ଏୟାର ରାଇଫଲରେ ରମିତା, ରୋଇଂ ପୁରୁଷ ପେୟାରରେ ବାବୁ ଲାଲ ଯାଦବ, ଲେଖିରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା କ୍ରିକେଟରେ ବାଂଲାଦେଶକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଆଶା ସୃଷ୍ଟି କରିଛି । ଟେବୁଲ ଟେନିସରେ ଭାରତ ୨-୩ରେ ଥାଇଲାଣ୍ଡଠାରୁ ହାରିଯାଇଛି ।

Leave A Reply

Your email address will not be published.