Latest Odisha News

BREAKING NEWS

ବାହାଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଗତକାଲି ସବ୍ୟସାଚୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଅର୍ଚ୍ଚିତା ମେକ୍ ଅପ୍ ହେଉଥିବା ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ଟି ସାର୍ଟରେ ବ୍ରାଇଡ ବୋଲି ବି ଲେଖାଯାଇଛି । ଏଥିସହ ସେ ଲେଖିଛନ୍ତି ଯେ, ‘କିଏ ଜଣେ ପ୍ରସ୍ତୁତ ହେଉଛି । ତେବେ ଏଥିପାଇଁ କେତେ ସମୟ ଲାଗିବ । ଘଣ୍ଟେ ନା ୫ ଘଣ୍ଟା ।’

ସେପଟେ ଅର୍ଚ୍ଚିତା ଏହାର ଉତ୍ତରରେ ଲେଖିଛନ୍ତି ଯେ, ‘ମାତ୍ର ୫୦ମିନିଟ୍ କାରଣ ମୁଁ ସବୁଠୁ ଭଲ ଜୀବନସାଥୀ ପାଇଛି ।’

Leave A Reply

Your email address will not be published.