Latest Odisha News

BREAKING NEWS

ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ !

ସମ୍ବଲପୁର: ଆପଣ କାର ଚଲାଉଥିବା ସମୟରେ ଯଦି ହେଲମେଟ ପିନ୍ଧି ନାହାଁନ୍ତି, ତେବେ ସାବଧାନ ହୋଇଯାଆାନ୍ତୁ । ବାଇକ ଆରୋହୀଙ୍କ ସହିତ କାର ଚାଳକଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରୁଛି ଟ୍ରାଫିକ ପୋଲିସ ।

ସମ୍ବଲପୁର ସହରରେ ଏମିତି ଏକ ଅଜବ ଘଟଣା ଘଟିଛି । ହେଲମେଟ ପିନ୍ଧି ନଥିବାରୁ କାର ଚାଳକ ଚନ୍ଦ୍ର କୁମାରଙ୍କୁ ୧ ହଜାର ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଟ୍ରାଫିକ ପୋଲିସ । ଗତକାଲି ସନ୍ଧ୍ୟାରେ ସମ୍ବଲପୁରର ରାଧାନାଥ କଲ୍ୟାଣ ମଣ୍ଡପ ଠାରେ ଟ୍ରାଫିକ ପୋଲିସ କାର ଚାଳକଙ୍କୁ ଧରିଥିଲା ।
ଏଥିରେ ଚାଳକଙ୍କ ଦୋଷ ନଥିବାରୁ ସେ ଏନେଇ ସମ୍ବଲପୁର ଆରଟିଓ ଅଫିସରେ ଚାଲାଣ କାଟିଥିବା ଟ୍ରାଫିକ ପୋଲିସଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି ।

ମାମଲାର ଯାଂଚ ପାଇଁ ଆଦେଶ ଦିଆଯାଇଛି । କାର ଚାଳକଙ୍କ ଚାଲାଣ କାଟିଲା ବେଳେ ଭୁଲବଶତଃ ବିନା ହେଲମେଟର କୋଡ ଦବିଯାଇ ଥାଇପାରେ ବୋଲି ସମ୍ବଲପୁର ଡିଏସପି ହିମାଂଶୁ ବେହେରା କହିଛନ୍ତି ।

Comments are closed.