Latest Odisha News

BREAKING NEWS

ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ

ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି । ଗୁୁରୁବାର ମୁଖ୍ୟ କୋଚ ଆଇଗର ଷ୍ଟିମାକ୍ ୪୩ ଜଣିଆ ସମ୍ଭାବ୍ୟ ଖେଳାଳୀସୁଚୀ ଘୋଷଣା କରିଛନ୍ତ । କତାର ବିପକ୍ଷ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଷଡଙ୍ଗୀଙ୍କ ସମେତ ଭିନିତ ରାୟ, ଜେରୀ ମାହ୍ୱିମିଙ୍ଗାଥାଙ୍ଗା ଓ ୱିଙ୍ଗର ନନ୍ଦକୁମାର ଏହି କ୍ୟାମ୍ପ ପାଇଁ ମନୋନୀତ ହୋଇଛନ୍ତି ।

୧୯ ବର୍ଷୀୟ ଷଡଙ୍ଗୀ ଦିଲ୍ଲୀରେ ଜନ୍ମିତ । ସେଠାକାର ପରିବେଶ ତାଙ୍କୁ ଫୁଟବଲ ପ୍ରତି ବିଶେଷ ଆଗ୍ରହୀ କରାଇଥିଲା । ଏଆଇଏଫଏଫ ଏଲିଟ ଏକାଡେମୀ ପାଇଁ ସେ ମନୋନୀତ ହୋଇଥିଲେ । ୨୦୧୭ରେ ସେ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଚୂଡାନ୍ତ ଦଳକୁ ଉନ୍ନୀତ ହୋଇପାରି ନ ଥିଲେ ।

Leave A Reply

Your email address will not be published.