Latest Odisha News

BREAKING NEWS

୨୦୧୬ ଡବଲ ମର୍ଡର ମାମଲାରେ ନୂଆ ମୋଡ; ହାଇପ୍ରୋଫାଇଲ ଲିଙ୍କ ଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡା: କଳ୍ପନା ଦାସ ଓ ଝିଅ ବବଲିର ହତ୍ୟା ଘଟଣାରେ ନୂଆ ମୋଡ ଆସିଛି । ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଏକ ରହସ୍ୟ ଉନ୍ମୋଚିତ ହୋଇଛି ।

ପୋଲିସର କହିବାନୁସାରେ, ହତ୍ୟା ହେବାର କିଛି ଦିନ ପୂର୍ବରୁ କଳ୍ପନା ଦାସ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଚାହୁଁଥିଲେ । ଏନେଇ ସେ ଝାରସୁଗୁଡାରେ ତାଙ୍କ ଓକିଲଙ୍କ ପରାମର୍ଶ ନେଇଥିଲେ । ରାଇଗଡ ଏସପି ସନ୍ତୋଷ କୁମାର ସିଂହ ଓ କଳ୍ପନାଙ୍କ ଓକିଲ ଏନେଇ ଖୁଲାସା କରିଛନ୍ତି । କିନ୍ତୁ ସେମାନେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ନାଁ ଜଣାଇ ନାହାଁନ୍ତି ।

ଏହି ଡବଲ ମର୍ଡର ମାମଲାରେ ତଥ୍ୟ ହାସଲ କରିବା ପାଇଁ ରାଇଗଡ ପୋଲିସ ଦ୍ୱାରା ତଦନ୍ତ ସମୟରେ ଏହା ଜଣାପଡିଛି ବୋଲି ଏସପି କହିଛନ୍ତି । ସେ ଏହା ବି କହିଛନ୍ତି କି, ହତ୍ୟା ଘଟଣାର ତଦନ୍ତରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ପୋଲିସକୁ ସହଯୋଗ କରୁନାହାଁନ୍ତି ।

Leave A Reply

Your email address will not be published.