Latest Odisha News

BREAKING NEWS

ଦିଲ୍ଲୀ ଘଟଣାର ପୁନରାବୃତ୍ତି; ସ୍କୁଟିକୁ ଧକ୍କା ଦେଲା କାର, ଏଜି ଛକରୁ ରବୀନ୍ଦ୍ରମଣ୍ଡପ ଯାଏ ଘୋଷାଡି ନେଲା

ଭୁବନେଶ୍ୱର: ରାଜଧାନୀରେ ଦିଲ୍ଲୀ ଦୁର୍ଘଟଣାର ପୁନରାବୃତ୍ତି । ନିକଟରେ ଜଣେ ସ୍କୁଟି ଚାଳିକାଙ୍କୁ ଏକ କାର ଧକ୍କା ଦେଇ ୪ କିମି ଯାଏ ଘୋଷାଡି  ନେଇଥିଲା । ସେଦିନର ଘଟଣା ଏ ଯାଏ ମନରୁ ଲିଭିନି । ସମାନ ଘଟଣା ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଭୁବନେଶ୍ୱରର ଏଜି ଛକରେ ଏକ କାର ଜଣେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେଇ ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଯାଏ ଘୋଷାଡି ନେଇଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ସେ   ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସକାଳୁ ସକାଳୁ ମହିଳାଜଣକ ସ୍କୁଟିରେ ଯାଉଥିଲେ ।  ଏଜି ଛକରେ ଦ୍ରୁତ ଗତିରେ ଏକ କାର୍‌ ଆସି ମହିଳାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ମହିଳାଜଣକ ଛିଟିକି ପଡ଼ିଥିବା ବେଳେ କାର୍‌ଟି ସ୍କୁଟିକୁ ୫୦୦ ମିଟର ଦୂର ରବୀନ୍ଦ୍ର ମଣ୍ଡପ ଯାଏ ଘୋଷାଡ଼ି ନେଇଥିଲା। ଏହି ସମୟରେ କାରଟି ରାସ୍ତାରେ ଯାଉଥିବା ଅନ୍ୟ ଦୁଇ ଚିକିଆ ଗାଡିକୁ ମଧ୍ୟ ଧକ୍କା ଦେଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା  ଏଜି ଛକ ପରି ବ୍ୟସ୍ତବହୁଳ ଛକରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି କାର୍‌ଟିକୁ ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ  ତାହା ଅଟକି ନ ଥିଲା। ଟ୍ରାଫିକ କର୍ମଚାରୀ ଗାଡ଼ିଟିର ପିଛା କରି ଶେଷରେ ଏହାକୁ ରବୀନ୍ଦ୍ର ମଣ୍ଡପ ନିକଟରେ  ଅଟକାଇଥିଲେ।

ଚାଳକଙ୍କୁ ଅଟକ ରଖାଯାଇଛି । ଏପଟେ ଆହତ ମହିଳାଙ୍କ ପରିଚୟ ମିଳି ନ ଥିବାବେଳେ ତାଙ୍କୁ ଚିିକିତ୍ସା ପାଇଁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଗାଡି ଚାଳକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ପୋଲିସ ସନ୍ଦେହ କରୁଛି ।  

 

Leave A Reply

Your email address will not be published.