Latest Odisha News

BREAKING NEWS

କାର ଟାୟାର ବଦଳାଉଥିଲେ ସାବଧାନ ! ନୂଆ କହି ବ୍ୟବହୃତ ଟାୟାର କରୁଛନ୍ତି ବିକ୍ରି

ଓଡିଶା ସମ୍ବାଦ ବ୍ୟୁରୋ: କିଛି ଲୋଙ୍କର କାର୍ ପରିବର୍ତ୍ତନ ଏକ ନିଶା ଥାଏ। ଅନେକ ଲୋକେ ଆବଶ୍ୟକତା କାରଣରୁ କାରକୁ ସଂଶୋଧନ କରନ୍ତି ଏବଂ କିଛି ଲୋକେ ନିଜ ସଉକ ପାଇଁ କାରର ବିଭିନ୍ନ ଅଂଶ ବଦଳାନ୍ତି। ଯାନବାହାନରେ ଟାୟାର ପରିବର୍ତ୍ତନ କରିବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଅନେକ ଲୋକ ଏପରି ଅଛନ୍ତି କାରରେ କମ୍ପାନୀରୁ ମିଳିଥିବା ଟାୟାରକୁ ପରିବର୍ତ୍ତନ କରି ଅନ୍ୟ କମ୍ପାନୀ ଟାୟାର ଲଗାନ୍ତି। ଏହା ଛଡା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପରେ ଆମେ ମଧ୍ୟ ନିଜ ଗାଡିର ଟାୟାର ବଦଳାଇ ଥାଉ। ତେବେ ବଜାରରେ ଅନେକ ଡିଲର ଅଛନ୍ତି ଯେଉଁମାନେ ପୁରୁଣା ଟାୟାର କିଣନ୍ତି ଏବଂ ପରେ ଏହାକୁ ନୂଆ ଭାବରେ ବିକ୍ରି କରନ୍ତି। ଆପଣ ଯଦି ଟାୟାର କିଣନ୍ତି ତେବେ ଏପରି ଡିଲର ପ୍ରତି ସାବଧାନ ହୋଇଯାଆନ୍ତୁ।

ଯେକେହି ବି ଏହି ପ୍ରକାର ଠକାମୀର ଶିକାର ହୋଇପାରନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ କୌଶଳ ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ ଆପଣ କିଣୁଥିବା ଟାୟାରଟି ନୂଆ ନା ବ୍ୟବହୃତ ହୋଇ ସାରିଛି। ଗ୍ରାହକମାନଙ୍କୁ ଏହି ଠକେଇରୁ ରକ୍ଷା କରିବା ପାଇଁ ଟାୟାର କମ୍ପାନୀମାନେ ଏବେ ସତର୍କ ହୋଇଯାଇଛନ୍ତି।

ଆଜିକାଲି କମ୍ପାନୀଗୁଡିକ ଟାୟାରରେ ସେମାନଙ୍କର ବ୍ରାଣ୍ଡ ନାମ ଦେବା ଆରମ୍ଭ କରିଛନ୍ତି। ଅର୍ଥାତ୍ ଟାୟାର ପାର୍ଶ୍ୱରେ କମ୍ପାନୀର ନାମ ଲେଖାଯିବା ସହିତ ରାସ୍ତାରେ ଯିବାବେଳେ ଭୂମି ସ୍ପର୍ଶ କରୁଥିବା ଟାୟାରର ସେହି ଭାଗରେ ନାମ ଲେଖା ହୋଇଥିବ। ଯଦି ଟାୟାର ଦିନ ଧରି ଚାଲିଛି ତେବେ ଏହି ବ୍ରାଣ୍ଡ ନାମ ଏଠାରୁ ହଟିଯାଇଥିବ। ଏହି ବ୍ରାଣ୍ଡକୁ ଦେଖି ଆପଣ ତୁରନ୍ତ ଜାଣିପାରିବେ ଟାୟାରଟି ନୂଆ ନା ପୂର୍ବରୁ ବ୍ୟବହାର ହୋଇସାରିଛି। ତେଣୁ ଯେତେବେଳେ ବି ଆପଣ ଟାୟାର କିଣିବାକୁ ଯିବେ, ଟାୟାର ପୃଷ୍ଠରେ କମ୍ପାନୀର ବ୍ରାଣ୍ଡିଂ ସଠିକ୍ ଭାବେ ଲେଖା ଅଛି ନା ନାହିଁ ଏବଂ ସ୍ପଷ୍ଟ ଦେଖା ଯାଉଛି ନା ନାହିଁ ତାହା ଯାଞ୍ଚ କରିନେବେ।

Leave A Reply

Your email address will not be published.