ଦୀର୍ଘ ଦିନ ହେଲା ଏକ ଫ୍ଲାଇଙ୍ଗ କାର ବିଷୟରେ ଚର୍ଚ୍ଚା ଚାଲିଛି । ଅନେକ କମ୍ପାନୀ ଦାବି କରିଛନ୍ତି ଯେ, ସେମାନେ ଏପରି ଏକ କାର ବିକଶିତ କରିଛନ୍ତି ଯାହା ଉଡିପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଜାରକୁ ଆସିନାହିଁ । ଆଜିର ସମୟରେ ଲୋକମାନେ ଟ୍ରାଫିକରେ ଅଟକି ରହି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ, ତେଣୁ ଏହି କାର ସେମାନଙ୍କ ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନୀ ମତ ଦେଇଛି । କିନ୍ତୁ ଏବେ ଏକ ଫ୍ଲାଇଙ୍ଗ କାରର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଫ୍ଲାଇଙ୍ଗ କାର କିଣିବାକୁ ଆଗ୍ରହୀ ହେଉଥିବା ଲୋକମାନେ କାର କିଣିବା ପୂର୍ବରୁ ବାରମ୍ବାର ଭାବିବେ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତାରେ ଏକ କାର ଉଡ଼ିବା ପାଇଁ ପ୍ରସ୍ତୁତ ହେଉଛି । କାର ଉପରେ ୩ଟି ବ୍ଲେଡ଼ ମଧ୍ୟ ରହିଛି,ଅବିକଳ ହେଲିକପ୍ଟର ଭଳି । ଧୀରେ ଧୀରେ କାରଟି ଗଡ଼ିବା ପରେ କିଛି ଦୂର ଉପରକୁ ଉଠିଛି । କିଛି ସମୟ ଉଡ଼ିବା ପରେ କାରଟି ତଳେ ପଡ଼ିଯାଉଥିବା ଦେଖିବାକୁ ମିଳିଛି । ବାସ୍ତବରେ ଏକ କାରକୁ ନେଇ ଫନି ଭିଡ଼ିଓ ତିଆରି କରିବାର ଏକ ଦୃଶ୍ୟ ।
କାରକୁ ଦଉଡ଼ି ସାହାଯ୍ୟରେ ବାନ୍ଧି ଏକ କାର ଟାଣୁଥିବା ଦେଖିବାକୁ ମିଳିଛି । କିଛି ସମୟ ଗଡ଼ିବା ପରେ କାରଟି ଧୀରେ ଧୀରେ ଭୂମି ଛାଡି ଆକାଶରେ ଉଡ଼ିବା ଆରମ୍ଭ କରୁଛି । କିନ୍ତୁ ଏହାର କିଛି ସମୟ ପରେ କାରଟି ପବନରେ ଉଡ଼ିଲା । ପରେ ଏହା ଭୂମିରେ ଖସିପଡିଥିଲା । କିନ୍ତୁ ଏହି ଭିଡ଼ିଓ ଦେଖି ଲୋକେ ହସୁ ଥିବା ଦେଖିବାକୁ ମିଳିଛି । ଏପରି ଫ୍ଲାଇଙ୍ଗ କାରରେ ବସିଥିବା ବ୍ୟକ୍ତିଙ୍କୁ କେବଳ ଭଗବାନ ଭରସା ବୋଲି କିଛି ଲୋକ ମତ ଦେଇଛନ୍ତି ।
BREAKING NEWS
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
- ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
Comments are closed.