ଦୀର୍ଘ ଦିନ ହେଲା ଏକ ଫ୍ଲାଇଙ୍ଗ କାର ବିଷୟରେ ଚର୍ଚ୍ଚା ଚାଲିଛି । ଅନେକ କମ୍ପାନୀ ଦାବି କରିଛନ୍ତି ଯେ, ସେମାନେ ଏପରି ଏକ କାର ବିକଶିତ କରିଛନ୍ତି ଯାହା ଉଡିପାରିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଜାରକୁ ଆସିନାହିଁ । ଆଜିର ସମୟରେ ଲୋକମାନେ ଟ୍ରାଫିକରେ ଅଟକି ରହି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ, ତେଣୁ ଏହି କାର ସେମାନଙ୍କ ପାଇଁ ଉପଯୁକ୍ତ ହେବ ବୋଲି କମ୍ପାନୀ ମତ ଦେଇଛି । କିନ୍ତୁ ଏବେ ଏକ ଫ୍ଲାଇଙ୍ଗ କାରର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଫ୍ଲାଇଙ୍ଗ କାର କିଣିବାକୁ ଆଗ୍ରହୀ ହେଉଥିବା ଲୋକମାନେ କାର କିଣିବା ପୂର୍ବରୁ ବାରମ୍ବାର ଭାବିବେ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତାରେ ଏକ କାର ଉଡ଼ିବା ପାଇଁ ପ୍ରସ୍ତୁତ ହେଉଛି । କାର ଉପରେ ୩ଟି ବ୍ଲେଡ଼ ମଧ୍ୟ ରହିଛି,ଅବିକଳ ହେଲିକପ୍ଟର ଭଳି । ଧୀରେ ଧୀରେ କାରଟି ଗଡ଼ିବା ପରେ କିଛି ଦୂର ଉପରକୁ ଉଠିଛି । କିଛି ସମୟ ଉଡ଼ିବା ପରେ କାରଟି ତଳେ ପଡ଼ିଯାଉଥିବା ଦେଖିବାକୁ ମିଳିଛି । ବାସ୍ତବରେ ଏକ କାରକୁ ନେଇ ଫନି ଭିଡ଼ିଓ ତିଆରି କରିବାର ଏକ ଦୃଶ୍ୟ ।
କାରକୁ ଦଉଡ଼ି ସାହାଯ୍ୟରେ ବାନ୍ଧି ଏକ କାର ଟାଣୁଥିବା ଦେଖିବାକୁ ମିଳିଛି । କିଛି ସମୟ ଗଡ଼ିବା ପରେ କାରଟି ଧୀରେ ଧୀରେ ଭୂମି ଛାଡି ଆକାଶରେ ଉଡ଼ିବା ଆରମ୍ଭ କରୁଛି । କିନ୍ତୁ ଏହାର କିଛି ସମୟ ପରେ କାରଟି ପବନରେ ଉଡ଼ିଲା । ପରେ ଏହା ଭୂମିରେ ଖସିପଡିଥିଲା । କିନ୍ତୁ ଏହି ଭିଡ଼ିଓ ଦେଖି ଲୋକେ ହସୁ ଥିବା ଦେଖିବାକୁ ମିଳିଛି । ଏପରି ଫ୍ଲାଇଙ୍ଗ କାରରେ ବସିଥିବା ବ୍ୟକ୍ତିଙ୍କୁ କେବଳ ଭଗବାନ ଭରସା ବୋଲି କିଛି ଲୋକ ମତ ଦେଇଛନ୍ତି ।
BREAKING NEWS
- ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ
- ଏଆଇକୁ ନେଇ ନ୍ୟୁରୋଲିଙ୍କର ଇଂଜିନିୟର ଦେଲେ ଚେତାବନୀ
- ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
- Maoists surrender: ୧୧ ଜଣ ମାଓବାଦୀଙ୍କ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ
- ଆଇପିଏଲ ପୂର୍ବରୁ ଆରସିବିର ଏହି ବୋଲର ଚୂପଚାପ କଲେ ବିବାହ
- ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ
- Dosa In Prasad: ଭାରତର ଏହି ମନ୍ଦିରରେ ପ୍ରସାଦରେ ବଣ୍ଟାଯାଏ ଦୋସା; କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!
- Warning Signs of Liver Damage: ଯଦି ଆପଣଙ୍କ ମୁହଁରେ ଦେଖାଯାଏ ଏହି ୫ ସଙ୍କେତ, ବୁଝିଯାଆନ୍ତୁ ବିପଦରେ ଆପଣଙ୍କ ଯକୃତ…
- Indian Pilgrims: ଖାଇକୁ ଖସି ପଡିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍; ୭ ଜଣଙ୍କର ମୃତ୍ୟୁ, ଅନେକ ଆହତ
- ସାମସନଙ୍କ ବଡ ଖୁଲାସା…… ଅଭିଷେକଙ୍କ ଲୋକପ୍ରିୟତାକୁ କେତେକ ଖେଳାଳି ହଜମ କରିପାରୁ ନ ଥିଲେ
Comments are closed.