Latest Odisha News

BREAKING NEWS

ମୃଦୁ ପାନୀୟରେ ନିଶା ଦେଇ ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ଏକ ଜିମରେ ଜଣେ ଯୁବତୀଙ୍କୁ ନିଶା ଦେବା ପରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କଟକ ମର୍କତନଗର ଅଞ୍ଚଳରେ ରହିଛି ଏହି ଜିମ୍। ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ମାର୍ଚ୍ଚ ୨୦୨୨ରେ ଘଟିଥିଲା। କିନ୍ତୁ ବର୍ଷକ ପରେ ପୀଡିତା ଥାନାରେ ଜିମ୍ ମାଲିକଙ୍କ ବିରୋଧରେ ଏତଲା ଦେବାପରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି।

ଏ ନେଇ ମର୍କତନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଏବଂ ଅଭିଯୁକ୍ତ ଜିମ୍ ମାଲିକ ପରସ୍ପରକୁ ଜାଣନ୍ତି ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ୨୦୨୨ ମାର୍ଚ୍ଚ ୧୬ ତାରିଖରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ। ପୀଡ଼ିତା ଅଚେତ ହୋଇଯିବା ପରେ ଅଭିଯୁକ୍ତମାନେ ଏହାର ଫାଇଦା ଉଠାଇ ତାଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏପରିକି ଏ ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। କିନ୍ତୁ ହଠାତ୍ ବର୍ଷକ ପରେ ପୀଡ଼ିତା ମୁହଁ ଖୋଲିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଆଉ ଜବାବରେ ପୀଡ଼ିତା ଜଣଙ୍କ କହିଛନ୍ତି, ସେ କୌଣସି ମୁହୂର୍ତ୍ତରେ ଅଭିଯୋଗ କରିପାରନ୍ତି ବୋଲି ଭୟ ରହିଥିଲା ଅଭିଯୁକ୍ତର। ତେଣୁ ବାରମ୍ବାର ଧମକ ଚମକ ଦେଉଥିଲେ। ପରେ ପୀଡିତା ନିଜର ଏବଂ ପରିବାର ସଦସ୍ୟଙ୍କ ସୁରକ୍ଷା କଥା ଚିନ୍ତା କରି ଏପରି ଅଭିଯୋଗ କରିଥିବା କଥା କହିଛନ୍ତି।

ଯୁବପିଢୀ ଯେତେବେଳେ ଫିଟ୍ ରହିବାକୁ ଜିମ୍ ଉପରେ ନିର୍ଭରଶୀଳ ହେଉଛନ୍ତି ସେହି ସମୟରେ ଏକ ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ହତବାକ କରିଦେବ ସାଧାରଣତଃ ମହିଳାଙ୍କୁ।

 

Leave A Reply

Your email address will not be published.