Latest Odisha News

BREAKING NEWS

ଆଜି ଟମ୍ ଆଣ୍ଡ ଜେରୀଙ୍କ ଜନ୍ମଦିନ, ୭୯ ବର୍ଷ ତଳେ ସମ୍ମୁଖକୁ ଆସିଥିଲା ଏହି ଲୋକପ୍ରିୟ କାର୍ଟୁନ

ମୁମ୍ବାଇ: ଆଜି ଟମ ଆଣ୍ଡ ଜେରୀଙ୍କ ଜନ୍ମଦିନ । ୭୯ ବର୍ଷ ତଳେ ୧୯ ଜୁଲାଇ ୧୯୪୧ ଏହି ଲୋକପ୍ରିୟ କାର୍ଟୁନ କ୍ୟାରେକ୍ଟର ସମ୍ମୁଖକୁ ଆସିଥିଲା । ମିଡନାଇଟ ସ୍ନେକ ନାମକ ଶୋରେ ପ୍ରଥମ ଥର ପାଇଁ ଲୋକମାନେ ଟମ ଆଣ୍ଡ ଜେରୀଙ୍କୁ ଦେଖିଥିଲେ । ଏହି ଶୋରେ ଅବଶ୍ୟ ସେମାନଙ୍କ ନାମ ଭିନ୍ନ ଥିଲା । ଏହାର ଜନକ ୱିଲିୟମ ହୈନା ଓ ଜୋସେଫ ବାର୍ବର ଟମର ନାମ ଜ୍ୟାସପର ରଖିଥିବା ବେଳେ ଜେରୀର କିଛି ନାମ ଦେଇ ନ ଥିଲେ । ପରେ ଜେରୀର ନାମ ଜିଙ୍କସ ଦିଆଗଲା ।

ଜ୍ୟାମ୍ପର୍ସ ଆଣ୍ଡ ଜିଙ୍କସ ଛୋଟ ଛୋଟ ପିଲାଙ୍କ ମନ କିଣିଥିଲା । ଧିରେ ଧିରେ ଏହା ସମସ୍ତଙ୍କୁ ପସନ୍ଦ ଆସିଲା । ପରେ ଏହାର ଟମ ଆଣ୍ଡ ଜେରୀ ରଖା ଯାଇଥିଲା । ସେବେଠାରୁ ଆଜିଯାଏ ଏହି ଯୋଡି ସମସ୍ତଙ୍କ ପ୍ରିୟ ହୋଇ ରହି ଯାଇଛନ୍ତି । ଟମ ଆଣ୍ଡ ଜେରୀ କାର୍ଟୁନ ୭ ଥର ମନୋରଞ୍ଜନ ଦୁନିଆରେ ସମ୍ମାନଜନକ ଓସ୍କାର ପୁରସ୍କାର ହାସଲ କରିଛନ୍ତି ।

Leave A Reply

Your email address will not be published.