Latest Odisha News

BREAKING NEWS

ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା । ରଥଯାତ୍ରା କରିବା ଦାବିରେ ମନ୍ଦିରର ୫ ଜଣ ସେବାୟତଙ୍କ ପକ୍ଷରୁ ଦାୟର ହୋଇଛି ମାମଲା । ପୁରୀ ଢାଞ୍ଚାରେ ଓ କୋଭିଡ କଟକଣା ମଧ୍ୟରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଛନ୍ତି ସେବାୟତ । ରଥଯାତ୍ରାକୁ ବିନା ଭକ୍ତରେ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ବଳଦେବଜୀଉ ମନ୍ଦିରର ସେବାୟତ ।

କରୋନା ସଂକ୍ରମଣ ପାଇଁ ଏଥର କେବଳ ପୁରୀରେ ହେବ ରଥଯାତ୍ରା । କୋଭିଡ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାରେ ରଥଯାତ୍ରା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ରାଜ୍ୟ ସରକାରଙ୍କ ଏଭଳି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ସେବାୟତ । କୋଭିଡ କଟକଣା ମଧ୍ୟରେ ବଡ ଠାକୁର ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ କୋର୍ଟରେ ଆବେଦନ କରିଛନ୍ତି ସେବାୟତ । ଯଦି ରଥ ଯାତ୍ରା କରାନଯାଏ, ତେବେ ପରମ୍ପରା ଭଙ୍ଗହେବ ହେବ ବୋଲି ସେବାୟତମାନେ କହିଛନ୍ତି । ତେଣୁ ସରକାର ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.