ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ।
ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଁଠି ସେଇଠି ମଳମୁତ୍ର ତ୍ୟାଗ କରୁଛି। ଯାହା ଫଳରେ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି। ପରିମଳ ବିପର୍ଯ୍ୟସ୍ଥ ହେଉଛି। କେହି ସଂପର୍କୀୟ ଘରକୁ ଆସିବାକୁ ଇଚ୍ଛା କରୁନାହାନ୍ତି। ଏପରିକି ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି। ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମରିଯିବା ଫଳରେ ଦୁର୍ଗନ୍ଧ ମଧ୍ୟ୍ୟ ହେଉଥିଲା। ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସାହିର ମହିଳାମାନେ ଛତ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନମିଳିବାରୁ ୧୦ନଂ ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପରେ ଏନେଇ ଗଞ୍ଜାମ ଏସ୍ପି ଜଗମୋହନ ମିନାଙ୍କ ନିକଟରେ ଫେରାଦ ହୋଇଛନ୍ତି। ମହିଳା ଜଣକ ନିଜର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହୁଛନ୍ତି। ସେ ରହୁଥିବା ଘରକୁ ନେବା ପାଇଁ ସାହି ବାସିନ୍ଦା କହିଲେ ସେମାନଙ୍କୁ ଗାଳି ଗୁଲଜ କରିଥିବା ମହିଳା ମାନେ ଏସପିଙ୍କୁ ଜଣାଇଛନ୍ତି। ପରେ ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ୧୪୦/୨୩ରେ ଏକ ମାମଲା ରୁଜୁ କରିଛି।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.