ବ୍ରହ୍ମପୁର: ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ମିଲିକ ବିରୋଧରେ ଥାନାରେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଶଙ୍କର ମଠ ସାହି ପାଣି କଲୋନୀରେ।
ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି। ଆଉ ବିଲେଇମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଁଠି ସେଇଠି ମଳମୁତ୍ର ତ୍ୟାଗ କରୁଛି। ଯାହା ଫଳରେ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି। ପରିମଳ ବିପର୍ଯ୍ୟସ୍ଥ ହେଉଛି। କେହି ସଂପର୍କୀୟ ଘରକୁ ଆସିବାକୁ ଇଚ୍ଛା କରୁନାହାନ୍ତି। ଏପରିକି ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି। ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମରିଯିବା ଫଳରେ ଦୁର୍ଗନ୍ଧ ମଧ୍ୟ୍ୟ ହେଉଥିଲା। ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସାହିର ମହିଳାମାନେ ଛତ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏପରିକି ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନମିଳିବାରୁ ୧୦ନଂ ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପରେ ଏନେଇ ଗଞ୍ଜାମ ଏସ୍ପି ଜଗମୋହନ ମିନାଙ୍କ ନିକଟରେ ଫେରାଦ ହୋଇଛନ୍ତି। ମହିଳା ଜଣକ ନିଜର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହୁଛନ୍ତି। ସେ ରହୁଥିବା ଘରକୁ ନେବା ପାଇଁ ସାହି ବାସିନ୍ଦା କହିଲେ ସେମାନଙ୍କୁ ଗାଳି ଗୁଲଜ କରିଥିବା ମହିଳା ମାନେ ଏସପିଙ୍କୁ ଜଣାଇଛନ୍ତି। ପରେ ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ୧୪୦/୨୩ରେ ଏକ ମାମଲା ରୁଜୁ କରିଛି।
BREAKING NEWS
- PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
- ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ
- ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ
- ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
Comments are closed.