Latest Odisha News

BREAKING NEWS

ନଦୀରୁ ମିଳିଲା ୧୮ କେଜି ଓଜନର ବିରାଟ ମାଛ : ଆଶ୍ଚର୍ଯ୍ୟ ହେଲେ ମତ୍ସ୍ୟଜୀବୀ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି । ଯେତେବେଳେ ସେଗୁଡ଼ିକୁ ଆଖି ସାମ୍ନାରେ ଦେଖୁ ସ୍ୱାଭାବିକ ଭାବରେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ସେମିତି ଏକ ଘଟଣା ସାମ୍ନାକୁ ଆସିଛି । ବାଂଲାଦେଶର ଏକ ଛୋଟ ନଦୀରୁ ବିରାଟକାୟ ମାଛ ଧରିଛନ୍ତି ମତ୍ସ୍ୟଜୀବୀ, ଯାହାକୁ ଦେଖି ନିଜେ ମତ୍ସ୍ୟଜୀବୀମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ବାଂଲାଦେଶର ରାଜବାରୀର ଗୋଲାନ୍ଧା ଦେଇ ପ୍ରବାହିତ ହୋଇଛି ପଦା୍ମ ନଦୀ । ନଦୀଟି ଏକ ଛୋଟ ଉପନଦୀ ହୋଇଥିଲେ ମଧ୍ୟ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏଥିରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । କିନ୍ତୁ ନିକଟରେ କିଛି ମତ୍ସ୍ୟଜୀବୀ ନଦୀରୁ ମାଛ ମାରୁଥିବା ବେଳେ ସେମାନଙ୍କ ଜାଲରେ ପଡ଼ିଥିଲା ଏକ ବିରାଟକାୟ ମାଛ । ଏହାର ଓଜନ ୧୮ କେଜି । ଏହାକୁ ସ୍ଥାନୀୟ ଭାଷାରେ କ୍ୟାଟଲା ମାଛ ବୋଲି କହିଥାନ୍ତିି । ସାଧାରଣତଃ କାଟଲା ମାଛ ଦୁଇରୁ ଅଢେଇ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଦେଖାଯାଇଥାନ୍ତି । କିନ୍ତୁ ଧରାଯାଇଥିବା ମାଛର ଓଜନ ୧୮ କିଲୋଗ୍ରାମ । ଗୁରୁଦେବ ହାଲଦାର ନାମକ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏହା ଧରାପଡ଼ିଥିଲା । ଏହାକୁ ଧରିବା ପରେ ମତ୍ସ୍ୟଜୀବୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏତେବଡ଼ ମାଛ ବାଂଲାଦେଶରେ କେବେ ବି ଧରାଯାଇ ନ ଥିଲା ।

Leave A Reply

Your email address will not be published.