Latest Odisha News

BREAKING NEWS

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି ।

ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା ସମୟରେ ଛତିଶଗଡର ମହାସମୁନ୍ଦ ଜିଲ୍ଲାର ବାଗବାହାଡ ଅଞ୍ଚଳର ଜଣେ ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିକୁ ଅଟକାଇଥିଲା । ଯାଞ୍ଚ ସମୟରେ ତାଙ୍କ ଗାଡିରୁ ମିଳିଥିବା ନଗଦ ୧୯ ଲକ୍ଷ ଟଙ୍କାକୁ ପରେ ଜବତ କରାଯାଇଥିଲା ।

ପରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଛାଡି ଦିଆଯାଇଥିବା ନେଇ ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ବ୍ୟବସାୟ ଲାଗି ସେ ଏତେଗୁଡାଏ ଟଙ୍କା ନେଉଥିଲେ ।

ଅପରପକ୍ଷରେ ଏହି ଟଙ୍କା କେଉଁଠୁ ଆସିଲା, ସେନେଇ ଆୟକର ବିଭାଗ ତଦନ୍ତ କରିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ବିଜେପୁରରେ ଉପ ନିର୍ବାଚନ ହେବାକୁ ଥିବାବେଳେ କୌଣସି ପ୍ରକାର ଟଙ୍କା କାରବାରକୁ ରୋକିବା ଲାଗି ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।

Leave A Reply

Your email address will not be published.