Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜିଲ୍ଳାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଂଚ, ୭ ଦିନ ପାଇଁ ମଥୁରା ପଂଚାୟତ ସଟଡାଉନ୍

ଗଞ୍ଜାମ: ପୋଲସରା ବ୍ଲକ ମଥୁରା ପଂଚାୟତକୁ  ଏକ ସପ୍ତାହ ଧରି ସଟଡାଉନ ଘୋଷଣା କଲେ  ସରପଂଚ । ସୋମବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଯାଏଁ ସଟଡାଉନ ଘୋଷଣା ହୋଇଛି । ପୋଲସରା ଅଂଚଳରେ ପଜିଟିଭ ସଂଖ୍ୟା ବଢୁଥିବାରୁ ସରପଂଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।…

କଟକରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

କଟକ: ସୋମବାର କଟକ ଜିଲ୍ଲାରୁ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୩ ଜଣ ସିଏମ୍‌ସି ଅଂଚଳର ଅଛନ୍ତି । ଏନେଇ କଟକ ମହାନଗର ନିଗମ ଟୁଇଟ୍ କରି ସୂଚନା ଦେଇଛି । ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ୬୨ ବର୍ଷୀୟ…

ମାସ୍କ, ପିପିଇ କିଟ୍ ଭଳି ମୋବାଇଲ କିଣାରେ ଦୁର୍ନୀତି ହୋଇଛି : ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ଆଣିବା ପରେ ଆଜି ମୋବାଇଲ କିଣାରେ ବି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ । କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେଶିଫିକେସନ୍‌କୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଛନ୍ତି ବୋଲି ସାମ୍ବାଦିକ…

ଭୁବନେଶ୍ୱରରେ ଆଉ ୧୦ ସ୍ଥାନୀୟ ସଂକ୍ରମିତ, ମୋଟ ୧୭ ପଜିଟିଭ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୨ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି କରୋନା ଯୋଦ୍ଧା । ଡୁମଡୁମା ରଘୁନାଥ ବସ୍ତିରୁ ୨ ଜଣ ସ୍ଥାନୀୟ…

ନୀଳଗିରି ବିଧାୟକଙ୍କୁ କରୋନା

ନୀଳଗିରି: ରାଜ୍ୟରେ ହୁହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହାରି ଭିତରେ ପ୍ରଥମଥର ପାଇଁ କରୋନା କବଳରେ ପଡିଛନ୍ତି ଜଣେ ବିଧାୟକ । ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ କୋଭିଡ-୧୯ରେ…

ଜୁଲାଇରେ ବସିବନି ବିଧାନସଭାର କୌଣସି କମିଟି ବୈଠକ

ଭୁବନେଶ୍ୱର: ଜୁଲାଇ ମାସରେ ହେବନି ବିଧାନସଭାର କୌଣସି ବି ବୈଠକ । କରୋନା ମହାମାରୀର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ କମିଟିର ବୈଠକକୁ ବାତିଲ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ଗତ ମାସରେ ବିଭିନ୍ନ କମିଟିର ବୈଠକ ହୋଇଥିଲା । ହେଲେ ଆଗକୁ ହେବାକୁ…

ଶିଶୁ ଭବନରେ କରୋନା; ବନ୍ଦ ହେଲା ଆଉଟଡୋର

କଟକ: ଓଡ଼ିଶାର ପ୍ରାଥମିକ ଶିଶୁ ଚିକିତ୍ସାଳୟ ଶିଶୁ ଭବନରୁ ରବିବାର ଦିନ ଏକ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଏହାକୁ ବନ୍ଦ କରିଦିଆଯାଇଛି। ଶିଶୁ ଭବନର ଅଧୀକ୍ଷକ ଡ. ସରୋଜ ଶତପଥୀ ଦେଇଥିବା ସୁଚନା ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଶିଶୁ ଭବନର ଆଉଟଡୋର…

କରୋନା ଡେଥ୍ ଲିଷ୍ଟରେ ସାମିଲ ହେଲା ଆଉ ଏକ ଜିଲ୍ଲା: ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବିଗୁଡୁଛୁ ପରିସ୍ଥିତି । ସୋମବାର ଆଉ ୨ ଜଣଙ୍କ ମୁଣ୍ଡ ନେଇଛି କରୋନା । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଯାଜପୁରରେ ପ୍ରଥମ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତିଙ୍କ ବୟସ ୬୪ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହାସହ ଆଉ ଏକ ନୂଆ…

ଆଉ ୪୫୬ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ ସାଢ଼େ ୯ ହଜାର ଟପିଲା କରୋନା ମାମଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୫୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି ।ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।…

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…