Latest Odisha News

BREAKING NEWS

Browsing Category

ଅପରାଧ

ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…

ରାଉରକେଲା: ମାଓ ଦମନ ବିରୋଧି ଲଢ଼େଇରେ ଜଣେ ୧୫ ବର୍ଷୀୟ କ୍ୟାଡର ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ…

ଦୁର୍ନୀତି ମାମଲାରେ ପୂର୍ବତନ ପିଇଓ ତ୍ରିନାଥ ସେଠି ଦୋଷୀ ସାବ୍ୟସ୍ତ 

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା ଜିପିର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ତ୍ରିନାଥ ସେଠି ଏବଂ ସଦର ବ୍ଲକ ଅନ୍ତର୍ଗତ ବରଡା ଜିପିର ଏ/ପି-ପିଇଓଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି।…

କାହିଁକି ବନ୍ଧା ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ତାଙ୍କ ପତ୍ନୀ…

ମୁମ୍ବାଇ: ୩୦ କୋଟି ଟଙ୍କା ଠକେଇ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କୁ କିଛି ଦିନ ପୂର୍ବରୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କୁ ଉଦୟପୁର ACJM କୋର୍ଟ-୪ ଡିସେମ୍ବର ୯ ତାରିଖ ରେ ହଜାର କରାଯାଇଥିଲା ଓ ଡିସେମ୍ବର…

ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…

ସୋନପୁର: ସୋନପୁର ତରଭା ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ଜଣେ +୨ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ୍ ସୁଦ୍ଧା ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।କିନ୍ତୁ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ପରେ ମୃତ୍ୟୁ…

ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ ମାଲିଡିହି ଆରଆଇ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ (ଆରଆଇ) ମାନସୀ ସାହୁଙ୍କୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସୁନ୍ଦରଗଡ଼ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନସୀ ବର୍ତ୍ତମାନ ରାଉରକେଲା ତହସିଲରେ ଆରଆଇ ଭାବରେ ନିଯୁକ୍ତ…

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଡିସେମ୍ବର ୬ ତାରିଖରେ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ସେମାନେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ଉତ୍ତର…

୨୦ କୋଟି ଠକେଇ ଅଭିଯୋଗରେ ଦମ୍ପତି ଗିରଫ

ଭୁବନେଶ୍ୱର: ସେୟାର ବଜାର ଏବଂ ଅନ୍ୟାନ୍ୟ ନିବେଶ ଯୋଜନା ନାମରେ ୨୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳର…

ସରକାରୀ ପାଣ୍ଠିର ଅପବ୍ୟବହାର; କନିଷ୍ଠ ଯନ୍ତ୍ରୀ ଗିରଫ 

ଭୁବନେଶ୍ୱର: କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ରତ୍ନେଶ କୁମାର ପାଣ୍ଡେଙ୍କୁ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ମଙ୍ଗଳବାର ଦିନ ଓଡିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍…

ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ଏକ ଦୁର୍ନୀତି ମାମଲାରେ କେନ୍ଦୁଝରର ଭିଜିଲାନ୍ସ କୋର୍ଟ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଦାନନ୍ଦ ନାଏକ ଏବଂ ପୂର୍ବତନ ଗ୍ରାମ ସଂଯୋଜକ ଶ୍ରୀପଦ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ…

ପୁରୀରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ; ୪୦ ଅଟକ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ଦୁଇଟି ଗାଁ ମଧ୍ୟରେ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା କେନାଲ ଖନନ କାର୍ଯ୍ୟକୁ ନେଇ ସୋମବାର ଦିନ ଉତ୍ତେଜନା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ବ୍ଲକର କୁସୁବେଣ୍ଟି ପଞ୍ଚାୟତ ଅନ୍ତର୍ଗତ ହରିଦାସ ଏବଂ କୁସୁବେଣ୍ଟି ଗ୍ରାମ ମଧ୍ୟରେ ଏକ…