Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍‌ଟି) ଥିବା ବେଳେ ଜୁନ୍ ୨୦୨୨ରେ ତାହା ୩୨. ୫୭ ପ୍ରତିଶତ ବୃଦ୍ଧି ପାଇ ୬୭.୫୯ ଏମ୍‌ଟି ହୋଇ ଯାଇଛି । କୋଇଲା ମନ୍ତ୍ରଣାଳୟର ଅସ୍ଥାୟୀ ପରିସଂଖ୍ୟାନ ଅନୁସାରେ, ଏହି ବର୍ଷ ଜୁନ୍ ମାସରେ, କୋଲ୍…

ପିଟି ଉଷା ଯିବେ ରାଜ୍ୟସଭା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଦୌଡରାଣୀ ପିଟି ଉଷା । ପିଟି ଉଷାଙ୍କ ସହିତ ଫିଲ୍ମ କମ୍ପୋଜର ଓ ସଙ୍ଗୀତକାର ଇଲୈୟାରାଜା, ବୀରେନ୍ଦ୍ର ହେଗଡେ ଓ ବି ବିଜୟେନ୍ଦ୍ର ପ୍ରସାଦ ରାଜ୍ୟସଭା ଯିବାକୁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଏହି…

ସ୍ପାଇସ ଜେଟକୁ ଡିଜିସିଏ ନୋଟିସ୍; ଇଣ୍ଡିଗୋ କ୍ୟାବିନରେ ନିଆଁ

ଇନ୍ଦୋର: ବୁଧବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସ ଜେଟକୁ କଡ଼ା ଭର୍ତ୍ସନା କରିବା ସହ ନୋଟିସ ଜାରି କରିବା ପରେ ଇଣ୍ଡିଗୋର ଏମ ବିମାନକୁ ତଦନ୍ତ କରୁଛି । ରାୟପୁର-ଇନ୍ଦୋର ଏକ ବିମାନ ଗନ୍ତବ୍ୟ ସ୍ଥଳ ଇନ୍ଦୋରରେ ପହଞ୍ଚିବା ପରେ ଏକ କ୍ୟାବିନରୁ ଧୂଆଁ…

ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେମିତି ଥିଲା ପ୍ରଥମ ସ୍ତ୍ରୀଙ୍କ ସହ ସମ୍ପର୍କ ?

ଚଣ୍ଡିଗଡ଼: ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ । ଆସନ୍ତାକାଲି ମନ୍ ଡକ୍ଟର ଗୁରପ୍ରୀତଙ୍କୁ ଦ୍ୱିତୀୟ ବିବାହ କରିବେ । ତେବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଥିବ ଗୁରପ୍ରୀତ କିଏ ? ଯାହାକୁ ବିବାହ କରିବାକୁ ଯାଉଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରପ୍ରୀତ କୌରଙ୍କୁ ଘର ଲୋକେ ଗୋପୀ…

ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ; ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖତାର୍ ଅବ୍ବାସ ନକଭୀ

ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖତାରଙ୍କ ଇସ୍ତଫା ସମ୍ଭାବ୍ୟ ପ୍ରାର୍ଥୀତ୍ବ ପାଇଁ ବଳ ଯୋଗାଇଛି । ଏବେ ବାଜପେୟୀ ଅମଳର ଏହି ଟାଣୁଆ ନେତାଙ୍କୁ ଦେଶର ଦ୍ବିତୀୟ…

୨୧ ବର୍ଷ ପରେ ମୁଲ୍ଲା ଉମର କାର ଖୋଳି ବାହାର କଲେ ତାଲିବାନ

କାବୁଲ: ୨୧ ବର୍ଷ ପରେ ତାଲିବାନୀମାନେ ତାଙ୍କ ସଂସ୍ଥାପକ ମୁଲ୍ଲା ଉମରଙ୍କ କାର ଖୋଳି ବାହାର କରିଛନ୍ତି । ଏହି କାରରେ ମୁଲ୍ଲା ଆମେରିକା କବଳରୁ ବଂଚିବା ପାଇଁ କାନ୍ଧାହାରରୁ ଜାବୁଲୁର ଆସିଥିଲେ । ଏଠାରେ କାରକୁ ପୋତି ସେ ଫେରାର ହୋଇ ଯାଇଥିଲେ । ଏହି କାରକୁ ଏବେ ଆଫଗାନିସ୍ତାନ ନ୍ୟାଶନାଲ…

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ…

ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର, ଓଡ଼ିଶାରେ ନୂଆ ଦର ୧୦୭୯ ଟଙ୍କା

ନୂଆଦିଲ୍ଲୀ: ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ବୁଧବାର ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୧୦୭୯ ଟଙ୍କା ହୋଇଛି ।…

ମାଆ କାଳୀ ପୋଷ୍ଟର ବିବାଦ: ଟିଏମସି ଉପରେ ରାଗିଗଲେ ମହୁଆ

କୋଲକାତା: ମାଆ କାଳୀ ମୁଭି ପୋଷ୍ଟର ବିବାଦରେ ମୁଣ୍ଡ ପୂରାଇ ଅଡୁଆରେ ପଡିଛନ୍ତି ଟିଏମସି ନେତ୍ରୀ ମହୁଆ ମୈତ୍ର । ଏପରିକି ସେ ରାଗିଯାଇ ଟ୍ୱିଟ୍ଟରରେ ଅନଫଲୋ କରିଛନ୍ତି । ମହୁଆ ଏକ କାର୍ଯ୍ୟକ୍ରମରେ କହିଥିଲେ, ଦେବୀ କାଳୀ ମୋ ପାଇଁ ଏକ ମାଂସ ଖାଉଥିବା, ମଦ ପିଉଥିବା ଦେବୀ । ତାଙ୍କର ଏହି ବୟାନ…

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ…