Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ୧୦ ଘଣ୍ଟା କାମ କରିବେ କର୍ମଚାରୀ 

ହାଇଦ୍ରାବାଦ: ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ତେଲେଙ୍ଗାନାରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ କର୍ମଚାରୀମାନେ ପ୍ରତିଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ଓ ସପ୍ତାହରେ ୪୮ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ଅନୁମତି ଦିଆଯାଇଛି। ରାଜ୍ୟର…

ଇସ୍ରାଏଲ ଉପରେ ମିଶାଇଲ ଆଟାକ କଲେ ହୁଥି ବିଦ୍ରୋହୀ 

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଆଡକୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯାହା ଫଳରେ ଅନେକ ଅଞ୍ଚଳରେ ସାଇରନ ବାଜିଥିଲା।ଇସ୍ରାଏଲୀ ସେନା (ଆଇଡିଏଫ) ଶନିବାର ଦିନ ଏଭଳି ଦାବି କରିଛି। ଇସ୍ରାଏଲୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ କ୍ଷେପଣାସ୍ତ୍ରକୁ ଅଟକାଇଥିଲା। ଏହା ସହିତ…

୯୦ ବର୍ଷରେ ପାଦ ଥାପିଲେ ଦଲାଇ ଲାମା: ଶୁଭେଚ୍ଛା ଜଣାଇଲେ ମୋଦି, ଆମେରିକାରୁ ବି ଆସିଲା ସ୍ୱତନ୍ତ୍ର ବାର୍ତ୍ତା…

ନୂଆଦିଲ୍ଲୀ: ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଅବସରରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି ଏବଂ ତାଙ୍କର ପ୍ରେମ,…

ନୂଆ ରାଜନୈତିକ ଦଳ ଗଢ଼ିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାରେ ତୃତୀୟ ରାଜନୈତିକ ଦଳ ଗଠନ କରିବା ଚର୍ଚ୍ଚାର ଘଟିଲା ଅନ୍ତ । ରାଜନୈତିକ ଦଳ ଗଠନ କଲେ ଟେସଲା ଓ ସ୍ପେସଏକ୍ସର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଏଲନ ମସ୍କ । 'ଆମେରିକା ପାର୍ଟି' ନାଁରେ ରାଜନୈତିକ ଦଳ ଗଠନ କଲେ ମସ୍କ । ଆଜି ଏହାକୁ ସେ ସରକାରୀ ଭାବେ ଘୋଷଣା କରିଛନ୍ତି…

ବ୍ରିକ୍ସରେ ଯୋଗ ଦେବାକୁ ବ୍ରାଜିଲରେ ମୋଦି: ଅପରେସନ୍ ସିନ୍ଦୂର ଥିମରେ ହେଲା ଭବ୍ୟ ସ୍ବାଗତ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଚାରି ଦିନିଆ ବ୍ରାଜିଲ ଗସ୍ତରେ ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି । ବ୍ରାଜିଲରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରବାସୀ…

ଯୁଦ୍ଧ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଇରାନର ସର୍ବୋଚ୍ଚ ନେତା ଖାମେନେଇ

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଇରାନର ସର୍ବୋଚ୍ଚ ନେତା ଖାମେନେଇ ସାଧାରଣରେ ଦେଖାଦେଇଛନ୍ତି। ଏହି ଅବସରରେ ତାଙ୍କୁ ଦେଖିବା ପାଇଁ ଏକ ବିରାଟ ଭିଡ଼ ଜମା ହୋଇଥିଲା। ଶନିବାର ଆୟାତୋଲ୍ଲା ଅଲି ଖାମେନେଇ ଆଶୁରା ପୂର୍ବ ସନ୍ଧ୍ୟାରେ ଆୟୋଜିତ ଏକ ଶୋକ ସମାରୋହରେ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ସମ୍ପନ୍ନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୭ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ…

ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ସମ୍ପନ୍ନ

ବିଶାଖାପାଟଣା: ବିଶାଖାପାଟଣାଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ବାହୁଡା଼ ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲସନସ ବେ କଲୋନୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ଉପରେ ବିରାଜମାନ ଚତୁର୍ଦ୍ଧା…

ବିହାରରେ ଭୋଟର ତାଲିକା ଯାଞ୍ଚ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏଡିଆର୍

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଛି। ଏହି ଆବେଦନ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ନିଷ୍ପତ୍ତି ବିରୁଦ୍ଧରେ। ବିହାରରେ ଭୋଟର ତାଲିକା ପୁନଃଯାଞ୍ଚର କାମ ECI କରୁଛି। ଆବେଦନରେ କୁହାଯାଇଛି ଯେ ECIର ଏହି ନିର୍ଦ୍ଦେଶ…

ତଥ୍ୟ ୨୨ ବର୍ଷ ପୁରୁଣା…ତଥାପି, ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ?

ନୂଆଦିଲ୍ଲୀ: ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ? ଏନେଇ ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଭୋଟର ତାଲିକାର ଶେଷ ପୁଙ୍ଖାନୁପୁଙ୍ଖ ସଂଶୋଧନ ଜାନୁଆରୀ ୧, ୨୦୦୩ରେ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ ଭୋଟଦାନ ୨୨ ବର୍ଷ ପୁରୁଣା ତଥ୍ୟ ଆଧାରରେ କରାଯାଉଛି, ଯାହାକୁ…