Latest Odisha News

BREAKING NEWS

Browsing Category

ଫିଚର

ମହାପଞ୍ଚୁକ ବ୍ରତ: ଆଜି ଆଡକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶ ତିଥି  । ଆଜି ପଞ୍ଚୁକର ୩ୟ ଦିନରେ ଆଡକିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ  ଚୂଳ ଲାଗି କରାଯାଇଥାଏ । ମାଆ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ  ମସ୍ତକର ଶୀର୍ଷ…

ପ୍ରଶାସନ-ପୂଜକ ଆଲୋଚନ ବିଫଳ : ଆଜି ବଡ ଓଷାରେ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କ ବଡସିଂହାର ବେଶ ଦର୍ଶନ କଲେ ଭକ୍ତ

କଟକ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ୩ୟ ଦିନରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ବର…

ଭୋଟ୍ ଦେଉଛି ରାଜସ୍ଥାନ : ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ

ନୂଆଦିଲ୍ଲୀ : ଆଜି ହେଉଛି ରାଜସ୍ଥାନ ବିଧାନସଭା ନିର୍ବାଚନ  । ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ ଜାରି ରହିଛି  । ଏହା ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ  । ଡିସେମ୍ବର ୩ ତାରିଖରେ ଭୋଟ୍ ଗଣନା କରାଯିବ  । ୫.୨୫ କୋଟି ଭୋଟର ପ୍ରାୟ ୧୮୬୨…

ଇସ୍ରାଏଲ-ହମାସ ଯୁଦ୍ଧ ବିରତି: ମୁକ୍ତ ହେଲେ ୧୩ ବନ୍ଧକ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ହୋଇଛି । ଏହି ବିରତି ପରେ ଶୁକ୍ରବାର ସନ୍ଧ୍ୟାବେଳେ ଗାଜାରୁ ୧୩ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ନାମ, ଠିକଣା ଏବଂ ଅନ୍ୟ ତଥ୍ୟ ଇସ୍ରାଏଲ ଗୋଇନ୍ଦା ବିଭାଗକୁ ଜଣାଇ ଦିଆଯାଇଛି ।…

ବରଗଡ଼ ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା…

ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ। ଉଭୟ ବିରୋଧୀ ବିଜେପି, କଂଗ୍ରେସର ହଟଗୋଳ ଓ କକ୍ଷ ତ୍ୟାଗ ଫଳରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ…

ଗୁଜରାଟ ଛାଡି ମୁମ୍ବାଇ ପକ୍ଷରୁ ଖେଳିବେ ହାର୍ଦ୍ଦିକ

ମୁମ୍ବାଇ:ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲର ଆଗାମୀ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଗୁଜରାଟ ଟିମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁଭମନ ଗିଲଙ୍କୁ ଗୁଜରାଟ ଟିମ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବ ।…

ତିନି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ, ଗଛ କାଟିଲେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଗଞ୍ଜେଇ ଚାଷ। ବର୍ତ୍ତମାନ ସିଧାସଳଖ ଜିଲ୍ଲା ପ୍ରଶାସନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ଧ୍ୟାନ ଦେଉଥିଲେ ସୁଦ୍ଧା ଲୋକେ ବେଆଇନ ଭାବେ ପୁଣି ଏହି ଚାଷ କରୁଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଶାସନ ଗଞ୍ଜେଇ ଗଛ କାଟୁଛି କିନ୍ତୁ ଲୋକେ ପୁଣି ଲଗାଉଛନ୍ତି। ଆଉ…

ଡେଭିସ କପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କଲେ ସୁମିତ, ଶଶିକୁମାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସୁମିତ ନାଗଲ ଓ ଶଶିକୁମାର ମୁକୁନ୍ଦ ଡେଭିସ କପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି । ସେମାନେ ବିଶ୍ୱ ଗ୍ରୁପ ପ୍ଲେ ଅଫ ମୁକାବିଲା ପାଇଁ ଉପଲବ୍ଧ ହେବେ ନାହିଁ ବୋଲି କହିଥିଲେ । ଏଥିପାଇଁ ସେମାନେ ଅବଶ୍ୟ କୌଣସି କାରଣ ଉଲ୍ଲେଖ କରି…

ବାପା ଜେଲରେ, ମା’ ଆଇସିୟୁରେ..ଭୋକରେ କାନ୍ଦୁଥିବା ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଲେ ପୋଲିସ ଅଫିସର

ଥିରୁଅନନ୍ତପୁରମ: ପୋଲିସର ଖାକି ପୋଷାକ ସବୁବେଳେ ନିଷ୍ଠୁରତାର ପ୍ରତୀକ ନୁହେଁ । ଖାକି ତଳେ ଲୁଚି ରହିଛି ମମତା..ମାନବିକତା ।  କେରଳର ଏହି ମହିଳା ପୋଲିସ ଏହାର ଏକ ଜ୍ୱଳନ୍ତ ଉଦାହରଣ । ମହିଳା ପୋଲିସଙ୍କର ଏହି ମହାନୁଭବତାକୁ ନେଇ ଆଜି ଚାରିଆଡେ ଚର୍ଚ୍ଚା । ଡିଉଟିରେ ଥିବା ଏହି ମହିଳା…