Latest Odisha News

BREAKING NEWS

Browsing Category

ଫିଚର

କେନ୍ଦ୍ରର ପିଏମ-ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ବିଳମ୍ବ କରୁଛି କି ବିଜେଡି ସରକାର?

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶାସକ ବିଜୁ ଜନତା ଦଳର ବିଫଳତାକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭିତରୁ ଆସିଲା ଫସିଥିବା ଓଡ଼ିଆଙ୍କ ବାର୍ତ୍ତା

ଡେରାଡୁନ: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଗୁରୁବାର ଆଶାର କିରଣ ଆସିଛି। ଫସି ରହିଥିବା 40 ଶ୍ରମିକଙ୍କ ମଧ୍ୟରୁ ଜଣେ ଓଡ଼ିଆ  ତାଙ୍କ ପରିବାରକୁ ନିଜ ସ୍ୱରର ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଧୀରେନ ନାୟକ ସୁଡଙ୍ଗ ଭିତରେ ଫସି ରହିଥିଲେ ମଧ୍ୟ ସେ ଓ ତାଙ୍କ…

ଦ୍ବିତୀୟ ସେମିଫାଇନାଲରେ ଜିତିଲା ଅଷ୍ଟ୍ରେଲିଆ, ୨୦ ବର୍ଷ ପରେ ଫାଇନାଲରେ ସାମ୍ନା କରିବ ଭାରତକୁ

କୋଲକାତା: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଜିତିଛି। ଯଦିଓ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ…

ନିର୍ବାଚନ ଲଢ଼ିବେ ମାଧୁରୀ ଦୀକ୍ଷିତ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ରାଜନୀତିରେ ପ୍ରବେଶ କରିବା ନେଇ ଆଲୋଚନା ଜୋର ଧରିଛି । ଅଭିନୟ ଭାବେ ନିଜ ଦକ୍ଷତା ପ୍ରତିପାଦିତ କରିପାରିବା ପରେ ସେ ଏବେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ଯେତେଦୂର ସମ୍ଭବ ସେ ଆସନ୍ତା ବର୍ଷ ଲୋକସଭା…

ଆପ୍ ଡାଉନଲୋଡ୍ କରିବାକୁ ହେଲେ ନେବାକୁ ପଡ଼ିବ ଅଭିଭାବକଙ୍କ ଅନୁମତି!

ନୂଆଦିଲ୍ଲୀ: ଆପଣଙ୍କ ପିଲା ସ୍ମାର୍ଟଫୋନରେ କେଉଁ ଆପ ବ୍ୟବହାର କରୁଛି ଅଭିଭାବକ ପ୍ରାୟତଃ ଅଜ୍ଞ ଥାନ୍ତି। ହେଲେ ଆପ ଦ୍ବାରା ପିଲାମାନେ ଅନେକ ପ୍ରଭାବିତ ହେଉଛନ୍ତି। ଏହାକୁ ନଜରରେ ରଖି ଫେସବୁକର ମୂଳ କମ୍ପାନୀ ମେଟା ଏକ ଆଇନ ପ୍ରଣୟନ କରିଛି। ଯେଉଁଥିରେ ୧୬ ବର୍ଷରୁ କମ୍ କିଶୋରମାନଙ୍କ ଦ୍ୱାରା…

ଦେଶର ଶିକ୍ଷକଙ୍କ ମାନ ବଢ଼ାଇବାକୁ ହେଲେ ପ୍ରଶିକ୍ଷଣ ଦେବା ଆବଶ୍ୟକ: ନାରାୟଣ ମୂର୍ତ୍ତି

ବେଙ୍ଗାଲୁରୁ: ଦେଶର ସ୍କୁଲ ଶିକ୍ଷକମାନଙ୍କୁ ତାଲିମ ଦେବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କର ଗୁଣାତ୍ମକ ମାନ ବଢ଼ିବ। ଏଥିପାଇଁ ଭାରତ ବାର୍ଷିକ ଏକ ବିଲିୟନ ଡଲାର (ପ୍ରାୟ ୮୩ ବିଲିୟନ ଟଙ୍କା) ଖର୍ଚ୍ଚ କରିବା ଉଚିତ। ଆଉ ଏହି ଟ୍ରେନିଂ ଦେବା ପାଇଁ ୧୦ ହଜାର ଅତି ଦକ୍ଷ ଅବସରପ୍ରାପ୍ତ ଶିକ୍ଷକଙ୍କୁ…

ରାଜଧାନୀରେ ଜନଜାତି ଚିତ୍ରକଳା କର୍ମଶାଳା; ସାରା ରାଜ୍ୟ ଦେଖିବ ଗୌରବମୟ ସଂସ୍କୃତି ଓ ଉତ୍କର୍ଷ ଐତିହ୍ୟ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ତିନି ଦିବସୀୟ ଜନଜାତି ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ପାଳନ ହେଉଥିବା ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହର ଦ୍ବିତୀୟ ଦିବସରେ…

ଗଜପତି ଜିଲ୍ଲାରେ ନଅ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଗଜପତି: ମୋହନା ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ବ୍ୟାପକ ଗଞ୍ଜେଇ ଗଛକୁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଛି। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ନଅ କୋଟି ଟଙ୍କା ହେବ। ମୋହନା ଥାନା ଅନ୍ତର୍ଗତ ଜୁକା ପଞ୍ଚାୟତର ବୋମ ଗ୍ରାମରେ ବେଆଇନ ଭାବେ ଗଛକଟା…

ବିଜୟ ହଜାରେ ଟ୍ରଫି: ଓଡିଶାର ନେତୃତ୍ୱ ନେବେ ବିପ୍ଲବ

ଭୁବନେଶ୍ୱର: ଆଗାମୀ ବିଜୟ ହଜାରେ ଟ୍ରଫିରେ ବିପ୍ଲବ ସାମନ୍ତରାୟ ଓଡିଶା ଟିମର ନେତୃତ୍ୱ ନେବେ । ଏହା ପୂର୍ବରୁ ସିନିୟର ଖେଳାଳି ଗୋବିନ୍ଦ ପୋଦ୍ଦାରଙ୍କୁ ସୟେଦ ମୁସ୍ତାକ ଅଲିରେ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଓଡିଶା ସିନିୟର ଚୟନ କମିଟି ମୂଖ୍ୟ ଅମୀୟ ରାୟ ଓ କୋଚ ଦୀନେଶ…

ପଶ୍ଚିମବଙ୍ଗରେ ବସ୍ ପୋଡ଼ି ଘଟଣାକୁ ସାତ ଦିନ, ଏଯାଏ ପରିବାର ଲୋକଙ୍କୁ ମିଳିନି ପୁଷ୍ପାଞ୍ଜଳିଙ୍କ ମର ଶରୀର

କେନ୍ଦ୍ରପଡା: ପଶ୍ଚିମବଙ୍ଗ ବସ୍ ଦୁର୍ଘଟଣାକୁ ୭ ଦିନ ବିତିଗଲାଣି। ମୃତକ ମହିଳା ପୁଷ୍ପାଞ୍ଜଳି ଦାସଙ୍କ ମର ଶରୀର ଏଯାବତ କିନ୍ତୁ ଘର ପହଁଚିପାରିନି। ଏହାକୁ ନେଇ ପରିବାର ଲୋକେ ନିରାଶ ହେବା ସହ ଶେଷକୃତ୍ୟ କରିବାରେ ଅସମର୍ଥ ହୋଇଛନ୍ତି। ମୃତ ମହିଳା ପୁଷ୍ପାଞ୍ଜଳି ଦାସ ନିଜ ସ୍ୱାମୀ ଓ ପିଲାଙ୍କ…