Latest Odisha News

BREAKING NEWS

Browsing Category

ଖେଳ

ରୋହିତ, କୋହଲିଙ୍କ ଅବସର: ସ୍ପଷ୍ଟ ହେଲା ବିସିସିଆଇର ଭୂମିକା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି ଘୋଷଣା ପ୍ରଶଂସକଙ୍କୁ ନିରାଶ କରିଥିଲା । ପଛରେ ଗୁଜବ ଉଠିଥିଲା ଯେ, ଏମାନଙ୍କୁ ଅବସର ନେବା ପାଇଁ ବିସିସିଆଇ ପରୋକ୍ଷରେ ଚାପ…

ଓଲ୍ଡ ଟ୍ରାଫେଡରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୪ର୍ଥ ମ୍ୟାଚ ଜୁଲାଇ ୨୩ରୁ ମାଂଚେଷ୍ଟରର ଓଲ୍ଡଟ୍ରାଫେଡରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଓଲ୍ଡଟ୍ରାଫେଡରେ ଭାରତକୁ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ଟିମ…

ୱେଷ୍ଟଇଣ୍ଡିଜ କ୍ରିକେଟର ଉନ୍ନତି ପାଇଁ ୩ ମହାନ ଖେଳାଳିଙ୍କୁ ଡାକିଲା ବୋର୍ଡ

କିଙ୍ଗଷ୍ଟନ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ୨୭ ରନରେ ଅଲଆଉଟ ହେବା ୱେଷ୍ଟଇଣ୍ଡିଜ କ୍ରିକେଟରେ ହଇଚଇ ସୃଷ୍ଟି କରିଛି । ବିଶ୍ୱ କ୍ରିକେଟରେ ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର । ଏହା ପରେ କ୍ରିକେଟ ୱେଷ୍ଟଇଣ୍ଡିଜ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜ…

ଚତୁର୍ଥ ଟେଷ୍ଟରେ କରୁଣ ନାୟାରଙ୍କ ସ୍ଥାନରେ ସାମିଲ ହୋଇ ପାରନ୍ତି ସାଈ ସୁଦର୍ଶନ

ମାଂଚେଷ୍ଟର: ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି କରୁଣ ନାୟାର ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ୮ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ୩ଟି ଟେଷ୍ଟ ଖେଳା ଯାଇଥିବା ବେଳେ କରୁଣ ସେଭଳି ଭଲ ପ୍ରଦର୍ଶନ କରିପାରି…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଜୋ ରୁଟ ଏକ ନମ୍ବର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ନିଜ ଦେଶର ହ୍ୟାରୀ ବ୍ରୁକଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ଶତକ ହାସଲ କରିବା ରୁଟଙ୍କୁ ଫାଇଦାରେ ରଖିଥିଲା…

ସାଇନାଙ୍କ ପରେ ଦିବ୍ୟା ମଧ୍ୟ ପତିଙ୍କଠାରୁ ହେଲେ ଅଲଗା

ନୂଆଦିଲ୍ଲୀ: ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପରେ ଏବେ ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ । ସୋସିଆଲ ମିଡିଆରେ ପୋଷ୍ଟ କରି ଦିବ୍ୟା ଏ ସମ୍ପର୍କରେ ଜଣାଇଛନ୍ତି । ଏହା ମୋ ଜୀବନର ଏକ କଠିନ ନିଷ୍ପତି ଥିଲା । ଭାବନାତ୍ମକ ଭାବେ…

୨୦୨୮ ଅଲିମ୍ପିକ୍ସ: କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ଲସ ଆଞ୍ଜେଲ୍ସ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଏହା ଖେଳାଯିବ । ମଙ୍ଗଳବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ପୋମାନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଜୁଲାଇ ୧୨ରୁ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ । ପଦକ…

୧୨ ବର୍ଷ ହେଲା ରନ ପିଛା କରିବାରେ ଟିମ ଇଣ୍ଡିଆର ରେକର୍ଡ ଖରାପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ରନ ପିଛା କରି ଜିତିବା ଏବେ ଟିମ ଇଣ୍ଡିଆ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ସଚିନ ତେନ୍ଦୁଲକର ଅବସର ନେବା ପରେ ଭାରତ ୨୬ ଟେଷ୍ଟରେ ରନ ଚେଜ କରି ମାତ୍ର ୨ଟିରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି । ନିଶ୍ଚିତ ଭାବେ ଏହି ରେକର୍ଡ ଗ୍ରହଣୀୟ ନୁହେଁ । ଟିମ…

୮ ବର୍ଷ ପରେ ଇଂଲଣ୍ଡ ଦଳକୁ ଫେରିଲେ ଏହି ଖେଳାଳି

ଲଣ୍ଡନ: ଲର୍ଡସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଇଂଲଣ୍ଡ ୨୨ ରନରେ ଭାରତକୁ ପରାସ୍ତ କରି ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ୨-୧ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ସ୍ପିନର ଶୋଏବ ବଶୀର ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଲିୟାନ ଡାୱସନଙ୍କୁ ଦଳରେ ସାମିଲ କରାଯାଇଛି । ୮…

ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବନିମ୍ନ ସ୍କୋର କଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳ ଦ୍ୱିତୀୟ ଇନିଂସରେ ୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଏହା ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବନିମ୍ନ ସ୍କୋର । ନ୍ୟୁଜିଲାଣ୍ଡ ଏବେ ବି ଏହି ଅଲୋଡା…