Latest Odisha News

BREAKING NEWS

Browsing Category

ଖେଳ

ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି ଭୁବନେଶ୍ୱର

ଭୁବନେଶ୍ୱର: ହକି ପରେ ଏବେ ଭୁବନେଶ୍ୱର ବ୍ୟାଡମିଂଟନର ପ୍ରାଣକେନ୍ଦ୍ର ସାଜିବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଂଟନ ହାଇ ପର୍ଫମାନ୍ସ ସେଂଟରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି । ଖୁବ ଶୀଘ୍ର ଏହାର ଉଦଘାଟନ ହେବ । ୨୮.୪୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଏଚପିସି ବେଶ ଆକର୍ଷଣୀୟ…

କ୍ୟାରିୟରରେ ୯୦୦ ଗୋଲ ସ୍କୋର କରି ଭାବପ୍ରବଣ ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କ୍ୟାରିୟରର ୯୦୦ ଗୋଲ ସ୍କୋର କରିବା ପରେ ଭାବପ୍ରବଣ ହୋଇ ପଡିଛନ୍ତି । ୟୁଇଏଫଏ ନେଶନ୍ସ ଲିଗରେ କ୍ରୋଏସିଆ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ପର୍ତୁଗାଲ ୨-୧ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି । ୩୯ ବର୍ଷୀୟ…

ଆଇଏମ ଶେଖର ସାହୁ ଜିତିଲେ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପ

ଭୁବନେଶ୍ୱର: ଆଇଏମ ଶେଖର ଚନ୍ଦ୍ର ସାହୁ ଶ୍ରୀଲଙ୍କାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭେଟେରାନ କାଟୋଗୋରୀ( ୬୦ ବର୍ଷରୁ ଊର୍ଦ୍ଧ୍ୱ) ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ୯ ରାଉଣ୍ଡରେ ସେ ୫ ପଂଏଟ ହାସଲ କରିଥିଲେ । କିଟ ଓ କିସର ଏହି…

ପାରା ଅଲିମ୍ପିକ୍ସ: ଜୁଡୋରେ କପିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ୮ମ ଦିନ ଜୁଡୋରେ କପିଳ ପରମାର ବ୍ରୋଞ୍ଜ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୨୫ରେ ପଂହଚିଛି । ପୁରୁଷ ୬୦ କିଗ୍ରା ବିଭାଗରେ କପିଳ ବ୍ରାଜିଲର ଏଲିଲ୍ଟନ ଓଲିଭେରାଙ୍କୁ ସେ ପରାସ୍ତ କରି ଏହି ସଫଳତା ହାସଲ…

ଶେଷ ହେଉଛି କି ମେସି, ରୋନାଲ୍ଡୋଙ୍କ ଯୁଗ

ନୂଆଦିଲ୍ଲୀ: ନିକଟରେ ୩୦ଜଣ ଖେଳାଳିଙ୍କ ନାମ ବାଲ ଡି ଓର ପୁରସ୍କାର ପାଇଁ ଚୟନ କରାଯାଇଛି । ୨୦୦୩ ପରଠାରୁ ପ୍ରଥମ ଥର ପାଇଁ ଏହି ତାଲିକାରେ ବିଶ୍ୱର ଦୁଇ ମହାନ ଫୁଟବଲ ଖେଳାଳି ଲିଓନେଲ ମେସୀ ଓ କ୍ରିଷ୍ଟିଆନ ରୋନାଲ୍ଡୋ ସ୍ଥାନ ପାଇ ନାହାନ୍ତି । ଯାହାକୁ ନେଇ ମେସି ଓ ରୋନାଲ୍ଡୋଙ୍କ ଯୁଗ ଶେଷ…

ଆନ୍ତର୍ଜାତୀୟ ଟି୨୦: ୧୦ ରନରେ ଅଲଆଉଟ ହୋଇଗଲା ମଙ୍ଗୋଲିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ମଙ୍ଗୋଲିଆ ଟିମ ୧୦ ରନରେ ଅଲଆଉଟ ହୋଇ ସର୍ବନିମ୍ନ ଦଳଗତ ସ୍କୋରର ଅଲୋଡା ରେକର୍ଡ କରିଛି । ଗତ ବର୍ଷ ଆଇଲ ଅଫ ମ୍ୟାନ ମଧ୍ୟ ୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ଟି୨୦ ବିଶ୍ୱକପ ଏସିଆନ କ୍ୱାଲିଫାୟର ମ୍ୟାଚରେ ସିଙ୍ଗାପୁର ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ।…

ପାରା ଅଲିମ୍ପିକ୍ସ: ଇତିହାସ ରଚିଲେ ଧର୍ମବୀର

ପ୍ୟାରିସ:ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ରେକର୍ଡ ପ୍ରଦର୍ଶନ ଜାରୀ ରଖିଛି । ପୁରୁଷ କ୍ଲବ ଥ୍ରୋ(ଏଫ୫୧)ରେ ଧର୍ମବୀର ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ସେ ତାଙ୍କ ୪ର୍ଥ ଉଦ୍ୟମରେ ୩୪.୯୨ ମିଟରକୁ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ପ୍ରଣବ ସୂରମା ଦ୍ୱିତୀୟ ସ୍ଥାନରେ…

ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆର ବିଶ୍ୱରେକର୍ଡ

ଏଡିନବର୍ଗ: ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ବିଶ୍ୱରେକର୍ଡ ସ୍ଥାପନ କରିଛି । ସ୍କଟଲାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ପାୱାର ପ୍ଲେରେ ସର୍ବାଧିକ ରନ ସଂଗ୍ରହ କରି ଏହି ରେକର୍ଡ କରିଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ପାୱାର ପ୍ଲେରେ ୯୨ ରନ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ୬ ଓଭରରେ ୧୧୩ ରନ…

ବିସିସିଆଇ ଚୟନ କମିଟି ସଦସ୍ୟ ହେଲେ ଅଜୟ ରାତ୍ରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବତନ ଖେଳାଳି ଅଜୟ ରାତ୍ରାଙ୍କୁ ପୁରୁଷ ଚୟନ କମିଟି ସଦସ୍ୟ ଭାବେ ସାମିଲ କରିଛନ୍ତି । ସଲୀଲ ଆଙ୍କୋଲାଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଅଜିତ ଅଗରକର ଚୟନ କମିଟି ମୂଖ୍ୟ ଦାୟିତ୍ୱ ତୁଲାଉଛନ୍ତି । ରାତ୍ରାଙ୍କ ନିକଟରେ ଉଭୟ ଘରୋଇ ଏବଂ…

ୟୁଏସ ଓପନ ଟେନିସ: ମିକ୍ସଡ ଡବଲ୍ସ ସେମିରେ ହାରିଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ଭେଟେରାନ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ସେମିଫାଇନାଲରେ ପରାଜିତ ହୋଇଛନ୍ତି । ସେମିରେ ବୋପାନ୍ନା ଓ ତାଙ୍କ ଇଣ୍ଡୋନେସିଆ ଯୋଡି ଏଲଡିଲା ସୁଜିତ୍ୟାୟାଦି ଆମେରିକାର ଟେଲର ଟାଉନସେଣ୍ଡ ଓ ଡୋନାଲ୍ଡ ୟଙ୍ଗଙ୍କ ନିକଟରୁ ୬-୩ ଓ ୬-୪ରେ…