Latest Odisha News
Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ଏବେ ସିଧାସଳଖ ପୂରଣ ହେବ । ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କନଷ୍ଟେବଳ…

ନଭେମ୍ବର ୫ରୁ ୧୪ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ; ରାଜ୍ୟର ଐତିହ୍ୟ, ପରମ୍ପରା ଓ ଅସ୍ମିତାର ହେବ ସ୍ୱତନ୍ତ୍ର…

ଭୁବନେଶ୍ୱର: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଆଜି ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ଠାରେ…

ନୂଆପଡ଼ା ଉପନର୍ବାଚନ; କଂଗ୍ରେସକୁ ସମର୍ଥନ କରିବ ସିପିଆଇ(ଏମ୍)

ଭୁବନେଶ୍ଵର: ଓଡ଼ିଶାର ଏକ ବିଶେଷ ରାଜନୈତିକ ପରିସ୍ଥିତିରେ ନୂଆପଡ଼ା ଉପନିର୍ବାଚନ ହେଉଛି । ପ୍ରତ୍ୟେକ ରାଜନୈତିକ ଦଳ ଜିତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହି ସମୟରେ ନୂଆପଡା ଉପ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ବୋଲି ସିପିଆଇ (ଏମ୍) ନିଷ୍ପତ୍ତି ନେଇଛି । ଶୁକ୍ରବାର ଏକ ସାମ୍ବାଦିକ…

ରାଜ୍ୟରେ ଗତବର୍ଷ ତୁଳନାରେ ୨୦୨୫ରେ ୬.୭୫ ପ୍ରତିଶତ ବଢିଛି ଦୁର୍ଘଟଣା ହାର

ଭୁବନେଶ୍ୱର: ଓଡ଼ିଶାରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ସଡକ ଦୁର୍ଘଟଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣା ହାରରେ ବୃଦ୍ଧି ଘଟିଛି । ଜାନୁଆରୀ ରୁ ଜୁଲାଇ ଭିତରେ ୬.୭୫ ପ୍ରତିଶତ ଦୂର୍ଘଟଣା ହାର ବୃଦ୍ଧି ପାଇଛି । ଏହାକୁ ରୋକିବାକୁ ବିଭିନ୍ନ ବିଭାଗର ମିଳିତ ସହଭାଗିତାରେ ପ୍ରସ୍ତୁତ…

ରାଜଧାନୀରେ ୨ଟି ପ୍ରମୁଖ ଶ୍ମଶାନର ପୁନଃବିକାଶ କରିବ ବିଡିଏ

ଭୁବନେଶ୍ୱର: ରାଜଧାନୀର ୨ଟି ଗୁରୁତ୍ୱପୂର୍ଣ୍ଣ ଶ୍ମଶାନ ସ୍ଥଳରେ ବିକାଶ ଓ ପୁନରୁଦ୍ଧାର ପାଇଁ ବିଡିଏ ପକ୍ଷରୁ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶୁକ୍ରବାର ବିଧାୟକ (ଏକାମ୍ର) ବାବୁ ସିଂ ପୁରୁଣା ଭୁବନେଶ୍ୱର ଅଞ୍ଚଳର କାଳିଗାଡ଼ିଆ ଏବଂ ଗରାବାଡୁରେ ଶ୍ମଶାନର ପୁନଉଦ୍ଧାର ପାଇଁ…

ରାଜଧାନୀରେ ସେକ୍ସ ରାକେଟ ଘର ସିଲ୍ କଲା ପୋଲିସ, ଆଉ ଜଣେ ମହିଳା ଅଟକ

ଭୁବନେଶ୍ବର: ରାଜଧାନୀରେ ଝାଡଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଉ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହା ସହିତ ସଂପୃକ୍ତ ଘରକୁ ସିଲ୍‌ କରିବା ସହିତ ଘର ଭିତରେ ଥିବା ସମସ୍ତ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ସିଲ୍‌ ହୋଇଥିବା ଘର ସାମ୍ନାରେ ବ୍ୟାପକ ପୋଲିସ…

ନୂଆପଡ଼ା ଉପନିର୍ବାଚନ; ୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୪୦ ଜଣିଆ ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକ ତାଲିକାରେ ବହୁ ଜାତୀୟ ନେତା ରହିଛନ୍ତି । ତାଲିକା ଅନୁସାରେ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପ୍ରଚାର ମଙ୍ଗ ସମ୍ଭାଳିବେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ ଲଲ୍ଲୁ ଓ…

ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ; ‘ବଡ଼ମୁଣ୍ଡ ମାନଙ୍କୁ ଖସାଇବା ପାଇଁ ଦାୟିତ୍ୱ ନେଇଛି…

ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମରେ ସରକାରୀ ଦଳର ଓ ପୋଲିସ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ…

ଅମରେଶ ଜେନାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କଟକ: ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଶୁକ୍ରବାର ହାଇକୋର୍ଟଙ୍କ ପକ୍ଷରୁ ୨୫ହଜାର ଟଙ୍କାର ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ…

୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା ‌କଲେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ୨୦ ତାରିଖ ସୋମବାର ଦିନ ପାଳନ ହେବ ଦୀପାବଳି । ଏନେଇ ଉକ୍ତ ଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ…