Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଣେଶ ଭସାଣିରେ ଅଘଟଣ: ବୁଡିଗଲେ ୪ ଛାତ୍ର, ୨ ନିଖୋଜ

ବାରିପଦା: ବାରିପଦାରେ ବଡ ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ବୁଡ଼ିଗଲେ ୪ ଛାତ୍ର । ସେମାନଙ୍କ ମଧ୍ୟରୁ ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାରିପଦା ଲକ୍ଷ୍ମୀପୋଷି ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରେ ଗଣେଶ ଭସାଣି ଦେଖିବାକୁ…

ମହୋଦଧିରେ ଖୋଲିବନି ମଦ କୁଡିଆ: ପଛ ଘୁଞ୍ଚା ଦେଲେ ସରକାର

ପୁରୀ: ଆଉ ମହୋଦଧିରେ ଖୋଲିବନି ମଦ କୁଡିଆ । ବିରୋଧ ଓ ବିକ୍ଷୋଭ ପରେ ଏବେ ପଛ ଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର । ଅବକାରୀ ନୀତିରେ ପରିବର୍ତ୍ତନ ଆଣି ପୁରୀ ବେଳା ଭୂମିରେ ମଦ କୁଡିଆ ଖୋଲିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌…

୧୮ରେ ଏଏସଆଇ ଦ୍ବାରା ଯାଞ୍ଚ ହେବ ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ତାରିଖ ପୁଣି ରତ୍ନ ଭଣ୍ଡାର ଯାଞ୍ଚ ହେବ । ଏଥିପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି । ଆସନ୍ତା ୧୮ ତାରିଖରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ସୃଷ୍ଟି ହେଲା ଲଘୁଚାପ: ଆହୁରି ୩ ଦିନ ବର୍ଷିବ, ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ତୁହାକୁ ତୁହା ବର୍ଷା ଜାରି ରହିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର…

ଭୁବନେଶ୍ୱର ବିମାନବନ୍ଦରରୁ ୨୦ କେଜି ସୁନା ଜବତ, ୧୭ ବ୍ୟବସାୟୀ ଅଟକ

ଭୁବନେଶ୍ୱର: ପୁଣି ଭୁବନେଶ୍ବର ବିମାନବନ୍ଦରରୁ ୨୦ କେଜି ସୁନା ଜବତ କଲା ସିଟି ଜିଏସଟି (CT GST)। ୧୭ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ରିପୋର୍ଟ ଅନୁଯାୟୀ, ସିଟି ଏବଂ ଜିଏସ୍ଟି ବିଭାଗ ମୁମ୍ବାଇରୁ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୭ ଜଣ ବ୍ୟବସାୟୀଙ୍କୁ ସନ୍ଦେହରେ ଅଟକ…

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ମାଗିଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତୁରନ୍ତ ଲୁହା କଡ଼େଇ ଜବତ କରିବା ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ…

ବାର୍ଡ ଫ୍ଲୁ: ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା

ପୁରୀ: ପୁରୀ ଜିଲ୍ଲାରେ ଏବେ ବି ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି। ତେଣୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନର କଟକଣା ଜାରି ହୋଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ…

ଚାନ୍ଦିପୁର ଘାଟିରେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ, ଅସ୍ଥାୟୀ ଶିବିରରେ ରହିବେ ଲୋକ

ବାଲେଶ୍ବର: ଆଜି ପୁଣି ହେବ କ୍ଷେପଣାସ୍ତ୍ର ପରୀକ୍ଷଣ। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ସ୍ବଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ କରାଯିବ। କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଥିପାଇଁ ନିର୍ଦ୍ଧାରିତ ସାଢେ ଦୁଇ…

ବନ୍ୟା ପରିସ୍ଥିତି ଟଳିବା ପରେ ବ୍ୟାପିଲା ଝାଡ଼ାବାନ୍ତି: ୨ ମୃତ ଓ ୨ ଆକ୍ରାନ୍ତ

ମାଲକାନଗିରି: ଜିଲ୍ଲାରେ ବନ୍ୟା ପରିସ୍ଥିତି ଟଳିଗଲା। ହେଲେ ବ୍ୟାପିଗଲା ଝାଡାବାନ୍ତି। ମାଲକାନଗିରି ଜିଲ୍ଲାର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଅଟାଲଗୁଡ଼ା ଗ୍ରାମର ଦୁଇଜଣ ମହିଳାଙ୍କ…

ମା’ ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ, ନୂଆ ଖାଇବେ ଲୋକେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗଡ଼ଜାତ ଅଞ୍ଚଳରେ ଆଜି ନୂଆ ଖାଇବେ ଲୋକେ। ଆଜି ମାଆ ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ। ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ। ନବାନ୍ନ ଲାଗି ପରେ ୧୨ଟା…