Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର

କୋରାପୁଟ: ଛାତ୍ରଙ୍କ ପେଟରେ ଛୁରି ଭୁସିଲା ଛାତ୍ର । ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପଞ୍ଚଡ଼ା ହାଇସ୍କୁଲ ହଷ୍ଟେଲରେ । ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର…

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଆସନ୍ତା ବର୍ଷ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ହୁଏ। ଜୁନରେ ନୂଆ ସରକାର ଆସିଲା ପରେ ଏନେଇ ପର୍ଯ୍ୟାପ୍ତ ସମୟ ମିଳିନି। ଛାତ୍ର ସଂସଦ ନିର୍ବାଚନ…

ବାଂଲାଦେଶରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ ନେଇ କ’ଣ କହିଲେ ଶ୍ରମ ମନ୍ତ୍ରୀ ପଢନ୍ତୁ…

ଭୁବନେଶ୍ବର: ବାଂଲାଦେଶରେ ଜାରି ରହିଥିବା ହିଂସା ଭିତରେ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି ସରକାର । ସେଠାରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ୧୫ ରୁ ୨୦ ଦିନରେ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।…

କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

ଗଞ୍ଜାମ: ଯେଉଁ ବାପାର ଦିନେ ହାତ ଧରି ଚାଲିବା ଶିଖିଥିଲା, ସେହି ଜନ୍ମଦାତାର ଜୀବନ ନେବାକୁ ତିଳେ ହେଲେ କୁଣ୍ଠାବତ କଲାନି ଜନ୍ମକଲା ପୁଅ । ବାପା ମୁଣ୍ଡକୁ ପିଟି ପିଟି ହତ୍ୟା କଲା ରାକ୍ଷସ ପୁଅ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟା ନଗରରେ । ମୃତକ…

ଯାଜପୁରରେ ୨୨ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ.. 

ଯାଜପୁର: ଯାଜପୁର ରୋଡ୍ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀରେ ଏକ ସଜନା ଗଛରେ ଲାଉଡଙ୍କିଆ ସାପ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ। ମଣିଭଦ୍ର ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଗଛରୁ…

ହଷ୍ଟେଲ ଶୌଚାଳୟରେ ଭୂତ ଥିବା ଅଭିଯୋଗ, ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ଥିବା କାଦାମଗୁଡା ଆଶ୍ରମ ବିଦ୍ୟାଳୟର ବାଳିକା ହଷ୍ଟେଲ ଶୌଚାଳୟରେ ଭୂତ ଦେଖାଯିବା ନେଇ ଅଭିଯୋଗ ପରେ ଅନ୍ତେବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। ଶନିବାର ଦିନ କିଛି ଅନ୍ତେବାସୀ ଅଭିଯୋଗ କରିଛନ୍ତି ଯେ ସେମାନେ ରାତିରେ ଶୌଚାଳୟରେ ଭୂତ…

ଖଲ୍ଲିକୋଟରେ ଚାଞ୍ଚଲ୍ୟ, ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ। ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଲଙ୍ଗଳେଶ୍ବର ଗାଁରେ ଏକ ଗ୍ରୋସସରୀ ଦୋକାନ ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ଋଣଭାରରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ୱର…

ନକଲି ଚାବିରେ ଥାନାରୁ ବାଇକ୍ ଚୋରି, ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ବ୍ଲକିଂ ଚେକିଂ ବେଳେ ନିଶାସକ୍ତ ଅବସ୍ଥାରେ ରଙ୍ଗ୍ ରୁଟରେ ବାଇକ ଚଳାଇ ଯାଉଥିବା ବେଳେ ଟ୍ରାଫିକ୍ ଥାନା ପୋଲିସ ହାବୁଡରେ ପଡିଥିଲେ ଯୁବକ। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା। ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ…

ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୁ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ…

୨୨ରେ ଇଡି ଅଫିସ ଘେରିବ କଂଗ୍ରେସ, ଶକ୍ତି ପ୍ରଦର୍ଶନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ ଘେରିବ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ…