Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ, ସ୍ଥିର ଅଛି ଜଳସ୍ତର

ସମ୍ବଲପୁର: ସ୍ଥିର ଅଛି ଜଳସ୍ତର। ହୀରାକୁଦରେ ୧୪ଟି ଗେଟ ଖୋଲିବାରୁ ଜଳସ୍ତର ବଢିଛି। କାରଣ ଆମେ ଜଳଭଣ୍ଡାରକୁ ୬୧୦ ଫୁଟ ଯାଏଁ ରଖିବାକୁ ଚେଷ୍ଟା କରିଛୁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ୧୪ଟି ସ୍ବିସ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି।…

୬୨ ବର୍ଷ ବୟସରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କ ଦେହାନ୍ତ

କଟକ: ରବିବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଛାରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କର ପରଲୋକ ଘଟିଛି। ୬୨ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସସିବି ବଡ଼ ମେଡିକାଲର ଟ୍ରମା…

ଓ୍ବାୟନାଡ ଗଲା ‘ଷ୍ଟର୍ମ’, ମାଟି ତଳେ ଖୋଜିବ ଜୀବନ

ବ୍ରହ୍ମପୁର: କେରଳରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି ସେଥିରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାବତ ୩୬୦ ଜଣଙ୍କର ମୃତ୍ୟୁ ହେଲାଣି । ମାଟିତଳେ ପାଖାପାଖି ଆହୁରି ୧୦୦ ଜୀବନ ଫସିରହିଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଭାରତୀୟ ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର…

ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ସୋମବାର ଶ୍ରାବଣ ଶୁକ୍ଲ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆଜି ଅପରାହ୍ନ ୫ଟାଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ…

ଭିଜିଲାନ୍ସ ଜାଲରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ୧୨ଟି ସ୍ଥାନରେ ଚାଲିଛି ରେଡ୍

କଟକ: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ। ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ରଥଙ୍କ ଘରେ ଆଜି…

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ…

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, କାଲିଠୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟିଆ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। କଟକ ସହର ସମେତ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ…

ପୁଲିସକୁ ବଡ ସଫଳତା, ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା

କେନ୍ଦୁଝର: ପାଟଣା ପୁଲିସକୁ ମିଳିଛି ବଡ ଧରଣର ସଫଳତା। ଧରାପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରି ଓ ଲୁଟ୍ କରୁଥିଲେ ଏହି ଲୁଟେରା। ଯାହାକି ପୁଲିସର ନିଦ ହଜାଇ ଦେଇଥିଲା। ଶେଷରେ ପୁଲିସ ନିଜର ଗୁଇନ୍ଦା ଅନୁସନ୍ଧାନ ଜାରି…

ପୋଲିସକୁ ଧକ୍କା ଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର: ପୋଲିସ କର୍ମଚାରୀଙ୍କୁ କାର୍ ମଡେଇଦେବା ଘଟଣାରେ ୪ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋତିଲାଲ ସାମଲ, ମୃତ୍ୟୁଞ୍ଜୟ ସାମଲ, ମନୀଷ ଓଝା ଓ ସାରଥୀ ନାୟକ ।…

ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା

କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି। ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ…