Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ…

ଦୋକାନରେ ପିଟିହେଲା ଗଞ୍ଜେଇ ଭର୍ତ୍ତି ବୋଲେରୋ

ପାଟଣାଗଡ଼: ପୁଲିସ ପିଛା କରିବାରୁ ଭାରସାମ୍ୟ ହରାଇ ଦୋକାନରେ ପିଟିହେଲା ଗଞ୍ଜେଇ ଭର୍ତ୍ତି ବୋଲେରୋ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ଲାଠୋର ଥାନା ଅନ୍ତର୍ଗତ  ଚଚରାଭଟା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଖପ୍ରାଖୋଲରୁ ରେଙ୍ଗାଲି ରାସ୍ତା…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ…

ବିଜେଡି-ବିଜେପି ମେଣ୍ଟ: ଛିଣ୍ଡୁନି ଅଙ୍କ, ଏକାକୀ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ରାଜନୀତି ବେଶ କିଛି ଦିନ ହେବ ସରଗରମ ଥିଲା । ଶୁଣିବାକୁ ମିଳୁଥିଲା ଉଭୟ କେନ୍ଦ୍ର ରାଜ୍ୟ ମିଶି ଚଳିତ ନିର୍ବାଚନ ଲଢ଼ିବେ । ଅର୍ଥାତ ବିଜେଡି-ବିଜେପି ମେଣ୍ଟ କରିବେ । ଭୁବନେଶ୍ବରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଘନ ଘନ ବୈଠକ ମଧ୍ୟ ବସିଥିଲା । ଗତକାଲି ବିଜେଡି ନେତା…

ମହାଶିବରାତ୍ରୀରେ ମହାନଦୀ ଗର୍ଭରୁ ଶହେରୁ ଉର୍ଦ୍ଧ୍ବ ନାଗମୂର୍ତ୍ତି ଉଦ୍ଧାର

ବାଙ୍କୀ: ମହାଶିବରାତ୍ରୀରେ ଆଜି ମହାନଦୀ ଗର୍ଭରୁ ଶହେରୁ ଅଧିକ ନାଗମୂର୍ତ୍ତି ଉଦ୍ଧାର ହୋଇଛି । ବାଙ୍କୀ-ସୁବର୍ଣ୍ଣପୁର ପୋଲ ମହାନଦୀ ଘାଟରେ ମତ୍ସ୍ୟଜୀବୀ ମାନେ ମାଛ ଧରିବା ସମୟରେ ଏହି ନାଗମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିଛନ୍ତି । ଏଥିମଧ୍ୟରେ ନାଗ ମୂର୍ତ୍ତି ବ୍ୟତୀତ, ଶିବ ଲିଙ୍ଗ, ଦୁଇଟି ବୃଷବ…

୫ ଦିନ ପରେ ଲଘୁ ଖଣିଜ ପରିବହନକାରୀ ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ ଧର୍ମଘଟ ପ୍ରତ୍ୟାହାର  ହୋଇଛି ।  ବିଭିନ୍ନ  ଦାବି ନେଇ ସରକାରଙ୍କ  ସହ ଆଲୋଚନା ସଫଳ ହେବା ପରେ ଆଜି ମଧ୍ୟାହ୍ନରୁ  ଧର୍ମଘଟ ପ୍ରତ୍ୟାହାର ହୋଇଛି । ଏନେଇ ଖୋର୍ଦ୍ଧା ଟ୍ରକ ମାଲିକ ସଂଘ, ବାରଙ୍ଗ ଟ୍ରକ ମାଲିକ ସଂଘ ଓ…

ଅନନ୍ୟ ଉଦାହରଣ: ଜଣେ ଛାତ୍ରୀଙ୍କ ସୁନ୍ଦର ଭ‍ବିଷ୍ୟତ ଗଠନ ପାଇଁ ଦୁଇ ଲକ୍ଷ ଟଙ୍କା ପ୍ରଦାନ

ବରଗଡ଼: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସର‍ରେ ବରଗଡ ଜିଲ୍ଲା ଖଜୁରଟିକ୍ରା ଅଞ୍ଚଳର କମ୍ୟୁନିଷ୍ଟ ନେତା ସ୍ବର୍ଗତଃ ରମେଶ ଚନ୍ଦ୍ର ଗୁରୁଙ୍କ ସଞ୍ଚିତ ସମସ୍ତ ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ଜଣେ ଛାତ୍ରୀକୁ ତାହାର ସୁନ୍ଦର ଭ‍ବିଷ୍ୟତ ଗଠନ ସକାଶେ ପ୍ରଦାନ କରାଯାଇଛି । ସ୍ବର୍ଗତ ଗୁରୁଙ୍କ…

ସ୍ତ୍ରୀ ସାମ୍ନାରେ ସ୍ବାମୀକୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଶୌଚ ପାଇଁ ଯିବା ହେଲା କାଳ । ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର । କିଛି ସମୟ ଭିତରେ ଘଟିଗଲା ବଡ଼ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ହଂସୁଆ ନଦୀରେ ବାଇଧର ମଲ୍ଲିକ ଶୌଚ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି…

କପିଳାସରେ ଜାଗର ଯାତ୍ରା, ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ…

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ…