Latest Odisha News

BREAKING NEWS

୫ ଦିନ ପରେ ଲଘୁ ଖଣିଜ ପରିବହନକାରୀ ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ ଧର୍ମଘଟ ପ୍ରତ୍ୟାହାର  ହୋଇଛି ।  ବିଭିନ୍ନ  ଦାବି ନେଇ ସରକାରଙ୍କ  ସହ ଆଲୋଚନା ସଫଳ ହେବା ପରେ ଆଜି ମଧ୍ୟାହ୍ନରୁ  ଧର୍ମଘଟ ପ୍ରତ୍ୟାହାର ହୋଇଛି ।

ଏନେଇ ଖୋର୍ଦ୍ଧା ଟ୍ରକ ମାଲିକ ସଂଘ, ବାରଙ୍ଗ ଟ୍ରକ ମାଲିକ ସଂଘ ଓ ମା’ଧାକୁଲେଇ ଟ୍ରକ ମାଲିକ ସଂଘର ମିଳିତ ମଞ୍ଚ ସାମ୍ୱାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ।

ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଥିଲା ଯେ  ଇ-ଟ୍ରାନଜିଟ୍ ପାସ ସମସ୍ୟା, ବାଲି ଘାଟରେ ସୂଚନା ଫଳକ ନଥିବା ତଥା ବାଲିର ସର୍ବାଧିକ ଖାଉଟି ଦର ସ୍ଥିତ ହୋଇ ନଥିବା କାରଣରୁ ସେମାନେ ବିନା ଭୁଲରେ ବାରମ୍ୱାର ପୁଲିସ ତଥା ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିଲେ ।

ଏହାକୁ ବିରୋଧ କରି ସେମାନେ ମାର୍ଚ୍ଚ ୩ରୁ  ଲଘୁ  ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ ଧର୍ମଘଟକୁ ଓହ୍ଲାଇଥିଲେ ।

ଗତକାଲି ପରିବହନ କମିଶନର  ଓ ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସେମାନଙ୍କ ଦାବି ପୂରଣ ଲାଗି ପ୍ରତିଶ୍ରରୁତି ମିଳିଥିଲା । ତେଣୁ ଆଜି ମଧ୍ୟାହ୍ନରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି ।

 

 

 

Leave A Reply

Your email address will not be published.