Latest Odisha News
Browsing Category

ଓଡିଶା

Odisha

ଦାବି ଜଣାଇବାକୁ କଳାବ୍ୟାଜ ପିନ୍ଧି ଗୁରୁ ଦିବସ ପାଳିଲେ ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ପ୍ରାୟ ୪ ହଜାର ଅଧ୍ୟାପକ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଗ୍ରେଡ୍ ପେ' ୪,୬୦୦ ଟଙ୍କାରୁ ୫,୪୦୦ ଟଙ୍କାକୁ ବୃଦ୍ଧି କରିବା, ଏହି ବୃଦ୍ଧିକୁ ଓଡ଼ିଶା ସରକାର ୨୦୧୬ରୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିବା ପାଇଁ ସେମାନେ…

ଅବସରପ୍ରାପ୍ତ ଯବାନଙ୍କୁ ଖଣ୍ଡା ବୁଲାଇବା ମାମଲାରେ ଧରିବାକୁ ଯାଇ ମହିଳା ଥାନାଧିକାରୀ ଆହତ

କଟକ: ବାଙ୍କୀର ଏକ ସ୍କୁଲ ପଡ଼ିଆରେ ଖଣ୍ଡା ବୁଲାଉଥିବା ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଧରିବାକୁ ଯାଇ ଜଣେ ମହିଳା ସବ୍-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ମଧୁସ୍ମିତା ବେହେରାଙ୍କୁ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ…

ହରିଦାସପୁର ଏବଂ ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ। ହରିଦାସପୁର-ବୈରୀ ରେଳ ଷ୍ଟେସନ (୧୬.୮୦ କିମି) ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ୯୨ କିମି ମଧ୍ୟରୁ ୨୫.୩ କିମି ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ…

ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ୨ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚିଟ୍ ଫଣ୍ଡ କମ୍ପାନୀ ଜିଏଲପି (GLP) ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ପାଇଁ ଖୁସି ଖବର। ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ…

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ…

ଗହଳି କମାଇବାକୁ ଯାଇ ଭାରିଯାନ ପାର୍କିଂ ବାବଦରେ ପୋଲିସ କେତେ ଚିନ୍ତିତ?

ଭୁବନେଶ୍ୱର: ଗହଳି କମାଇବାକୁ ଯାଇ ସଂଧ୍ୟା ସମୟରେ କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ଅଢ଼େଇ ଘଣ୍ଟା ଭାରିଯାନ ପ୍ରବେଶ କରାଇବା ଉପରେ ରୋକ୍ ଲଗାଇଛି। ହେଲେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। କାରଣ ଯେଉଁ ଟ୍ରକ ଏପଟରୁ ସେପଟରୁ ଦୂର ବାଟରୁ ଆସୁଛି ସେ ରାସ୍ତା ଉପରେ କେଉଁ ଜାଗାରେ…

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ: ସଭାପତି ଓ ପୂର୍ବତନ ସଭାପତିଙ୍କ ଶୀତଳ ଯୁଦ୍ଧ, ଦ୍ୱନ୍ଦରେ କର୍ମୀ

ସୁବର୍ଣ୍ଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପକ୍ଷରୁ ଗାଁ ଗାଁରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଛି। ଏହାରି ଭିତରେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଜେପିରେ ଗୋଷ୍ଠୀ କନ୍ଦଳ।…

ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ ବିନ୍ଧାଣି ବହିଷ୍କୃତ, ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ପାରାଦୀପ: ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ,ଅଣ୍ଡମାଡ

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି ହୋଇ ଯାଉଥିଲେ ।…

ଆଇଓସିଏଲ ଗେଟ୍ ନିକଟରେ ବୋମା ଗୁଜବ, ସୁଟ୍‌କେସରେ ଅଛି ରେଡିଓଗ୍ରାଫି ଟେଷ୍ଟିଂ ସମାଗ୍ରୀ

ପାରାଦୀପ: ଆଇଓସିଏଲ୍ ଫାଟକ ଆଗରେ ଏକ ସୁଟ୍‌କେସରେ ବୋମା ଥିବା ନେଇ ସନ୍ଦେହ। ଆଜି ସକାଳୁ ଏହି ସୁଟ୍‌କେସକୁ କେହି ଜଣେ ଥୋଇ ଚାଲିଯାଇଥିବା ବେଳେ ଏଥିରେ ବୋମା ଥିବା ଗୁଜବ ଚାରିଆଡ଼େ ଖେଳିଯାଇଛି। ସ୍ଥାନୀୟ ଅଭୟଚାନ୍ଦପୁର ପୋଲିସ ଓ ସିଆଇଏସଏଫ ଏବଂ ଡଗ୍ ସ୍କା୍ର୍ଡ ଦ୍ଵାରା ଏହି ଆଟାଚକୁ ତଦନ୍ତ…