Latest Odisha News

BREAKING NEWS

Browsing Category

ଓଡିଶା

Odisha

ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ପୁରସ୍କାର ୨୦୨୫ ପାଇଁ ଡକ୍ଟର ମନୀନ୍ଦ୍ର ମହାନ୍ତି ମନୋନୀତ

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାରସ୍ବତ ସାଧକ ଡ଼ ମନୀନ୍ଦ୍ର ମହାନ୍ତି ଚଳିତ ୨୦୨୫ ମସିହାର ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡିଶାର ପୁରାତନ ଶିଶୁ ସାହିତ୍ୟ ଅନୁଷ୍ଠାନ “ଧ୍ରୁବତାରା” ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ; ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ରବିବାର ପ୍ରଚାର ସରୁଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ୍ କହିଛନ୍ତି, ଅପରାହ୍ନ ୪ଟାରୁ ନୀରବ ଅବଧି ଆରମ୍ଭ ହୋଇଛି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ସେମାନେ ଜିଲ୍ଲା ଛାଡି ଦେଇଛନ୍ତି । ସାଇଲେଣ୍ଟ ଆୱାରରେ ଏକାକୀ ପ୍ରାର୍ଥୀ…

Chit Fund Fraud Case: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲା: ୪ଟି ସ୍ଥାନରେ ରେଡ୍, ମିଳିଲା ନଗଦ ୮୪ ଲକ୍ଷ ଟଙ୍କା

ଭୁବନେଶ୍ବର: ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ଇଡିର ଚଢ଼ଉ ମାମଲା। ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ। ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦…

Third Degree Police Torture: ମୋବାଇଲ ଚୋରି ସନ୍ଦେହରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରି

ଭଦ୍ରକ: ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ। ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ। ଏହି ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି…

ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ, ଦେଢ଼ ମାସର ଶିଶୁକୁ କୋଳରେ ଧରି ମା’କୁ ପରୀକ୍ଷା ଦେବାର ସୁଯୋଗ ଦେଲେ

ମାଲକାନଗିରି: ମାନବିକତାର ପରିଚୟ ଦେଇଛନ୍ତି ଜଣେ ମହିଳା କନଷ୍ଟେବଳ । ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଆଉ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ। ଏଭଳି କିଛି ଦେଖିବାକୁ ମାଲକାନଗିରି ବିବିଗୁଡା ପରୀକ୍ଷା କେନ୍ଦ୍ରରେ। ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା…

ଭୁବନେଶ୍ବରରେ ଖୁବଶୀଘ୍ର ହେବ ଗୁପଚୁପ୍ ବଜାର: ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଖୁବ୍ ଶୀଘ୍ର ଏକ ସମର୍ପିତ ଗୁପଚୁପ୍ ବଜାର ପ୍ରତିଷ୍ଠା ହେବ। ଗଣମାଧ୍ୟମ ସହିତ ଆଲୋଚନା ବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ଡିଏମ୍ ସ୍କୁଲ ସମ୍ମୁଖରେ ଏକ ଅବ୍ୟବହୃତ ଜମିକୁ ପରୀକ୍ଷାମୂଳକ ଭାବରେ ସହରର…

ନୂଆପଡ଼ା ହେବ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ: ମନମୋହନ ସାମଲ

ଭୁବନେଶ୍ୱର: ଆଜି ନୂଆପଡ଼ା ଉପ ନିର୍ବାଚନ ପ୍ରଚାରର ଶେଷ ଦିନ । ଏହି ପ୍ରରିପେକ୍ଷିରେ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆପଡ଼ାରେ ମେଡିକାଲ୍‌ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ନୂଆପଡ଼ାକୁ ଏକ ନମ୍ବର ଜିଲ୍ଲା ଓ…

ଓଡ଼ିଶା ନାଭାଲ ଟାଟା ହକିର ୧୪ ବର୍ଷରୁ କମ୍ ବାଳକ ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ରେ ନୂଆଗାଁ ଏଚଟିସି ବିଜୟୀ

ଭୁବନେଶ୍ୱର: ଚତୁର୍ଥ ୧୪ ବର୍ଷରୁ କମ୍ ବୟସ ବାଳକ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଟୁର୍ଣ୍ଣାମେଣ୍ଟ-୨୦୨୫ ଉଦଯାପିତ ହୋଇଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପୂର୍ବ ସଂସ୍କରଣର ଚାମ୍ପିୟନ ନୂଆଗାଁ ଏଚଟିସି ଚଳିତ ବର୍ଷ ଚାମ୍ପିୟନ ହୋଇଛି।…

Union Agriculture Minister: ସୋମବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପାଟନାରୁ ବାହାରି ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଲୋକ ସେବା ଭବନରେ ଅବସ୍ଥିତ କନଭେନସନ ସେଣ୍ଟରରେ ଆୟୋଜିତ ହେବାକୁ ଥିବା 'ମାଣ୍ଡିଆ ଦିବସ' କାର୍ଯ୍ୟକ୍ରମର…

ଅନୁପ୍ରବେଶକାରୀ ହେବେ ସାବାଡ୍, ନଜର ରଖିବ ସ୍ବତନ୍ତ୍ର ଡ୍ରୋନ୍

ଭଦ୍ରକ: ଶତୃ ଦେଶ କିମ୍ବା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର…