Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍‌; ୫ ଗିରଫ

ଅନୁଗୁଳ: ସାଇବର ଠକେଇର ପର୍ଦ୍ଦାଫାସ୍‌ । ଅନୁଗୁଳ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବିଜନେସ ଏବଂ ପ୍ରଫିଟ୍‌ ସେଭିଂରେ ଟଙ୍କା ଲଗାଇବାରେ ପ୍ରଲୋଭିତ କରି ଚୂନ ଲଗାଉଥିଲେ ଏହି ଠକ। ଅଭିଯୋଗ ଅନୁସାରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ…

ଅକ୍ଟୋବର ୩ରେ ଗୋପାଳପୁର ଓ ପାରାଦୀପ ଦେଇ ଗତି କରିବ ଗଭୀର ଅବପାତ 

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡୁ ଏକ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଡିପ୍ରେସନରେ ପରିଣତ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛି। ଏହା ଦିନ ୧୧.୩୦ସମୟରେ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ରୁ ପ୍ରାୟ ୪୦୦ କିଲୋମିଟର…

ଓଡ଼ିଶାରେ ଖୋଲିବ ୬ଟି କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ…

ପାର୍ବଣ ସମୟରେ ୩ମନ୍ଦିରରୁ ସିରିଜ୍ ଚୋରି

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ପିପିଲି ମୁଖ୍ୟ ରାସ୍ତାରେ ଥିବା ୩ଟି ମନ୍ଦିରରୁ ଏକା ସାଙ୍ଗରେ ଲୁଟ୍ ହୋଇଥିବା ସୂଚନା ରହିଛି । ତାରିଣୀ ମନ୍ଦିର, ରାମ ମନ୍ଦିର ଓ ବିରିଖାଣୀ ମନ୍ଦିରରରୁ ଲୁଟ୍‌ ଅଭିଯୋଗ ହୋଇଛି। ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ…

ଚର୍ଚ୍ଚାରେ ମା’ଙ୍କ ୬୨ ଫୁଟର ମୃଣ୍ମୟୀ ମୂର୍ତ୍ତି; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ମା'ଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ପୂରଠୁ ପଲ୍ଲୀ । ସେହିପରି ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗୀବନ୍ତ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତବର୍ଷ ମା’ଦୁର୍ଗାଙ୍କ ୬୨ ଫୁଟ୍ ଉଚ୍ଚ ମୂର୍ତ୍ତି ହୋଇଛି ; ଯାହା ବେଶ୍ ଚର୍ଚ୍ଚାରେ ରହିଛି । ମାଆଙ୍କ ବିରାଟ ମୂର୍ତ୍ତି…

Destroyed Mao Camp: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଧ୍ୱଂସ କଲେ ମାଓ କ୍ୟାମ୍ପ, ବିସ୍ପୋରକ ସାମଗ୍ରୀ ସହ…

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଝଟକା। ପୁଣି ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। କଞ୍ଚାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଧରଣର କ୍ୟାମ୍ପ…

Odisha Police SI: ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି

ଭୁବନେଶ୍ୱର: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ…

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ…

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା'ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ। ଏକ ଶୋକ ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, "ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମାଆ କମଲେଶ…

ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର: ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ଆୟୋଜିତ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ରାଜଧାନୀ ମହାବିଦ୍ୟାଳୟ ଦ୍ଵାରା ଭଗବଦ୍ ଆଜ୍ଜ୍ୟୟକମ ପ୍ରହସନ ପରିବେଷଣ କରାଯାଇଥିଲା, ଯାହା ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା। ହାସ୍ୟରସାତ୍ମକ ହୋଇଥିବାରୁ ଲୋକ ମଧ୍ୟ ଖୁବ୍ ଆନନ୍ଦ…

ଶିଶୁଙ୍କ ନାମକରଣ ପାଇଁ ୨୭ ଲକ୍ଷ ଟଙ୍କା ନିଅନ୍ତି ଏହି ମହିଳା…!

ନୂଆଦିଲ୍ଲୀ:ଆମେରିକାର ସାନ ଫ୍ରାନ୍ସିସ୍କୋର ଟେଲର ହମ୍ଫ୍ରି ଏକ ଏପରି ବ୍ୟବସାୟ ସୃଷ୍ଟି କରିଛନ୍ତି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ସାଧାରଣତଃ ମା'ବାପାମାନେ ନିଜର ଛୁଆମାନଙ୍କ ନାଁ ନିଜେ ଭାବିଥାନ୍ତି, କିନ୍ତୁ ଟେଲର ଏଥିପାଇଁ ଏକ ମୋଟା ଫି ନିଅନ୍ତି। ତାଙ୍କର ଗ୍ରାହକମାନେ ଅଧିକାଂଶ ଧନୀ…