Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ପାଇକଡାକୁଲୁଗୁଡ଼ାରେ ଏକ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ଚାରି ଜଣ ଛାତ୍ର ଗୁରୁତର ପୋଡ଼ି ହୋଇଯାଇଥିଲେ। ଏହି ଘଟଣାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଚାରି ଜଣ…

ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ବଡ଼ ପରିବହନ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଠାରେ ଆଇଟି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବ। ଏନେଇ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)…

ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ

ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ଯେଉଁ ଯାନବାହାନ ମାନଙ୍କରେ ଟ୍ରାଫିକ୍ ଚାଲାଣ ବାକି ଥିବ କିମ୍ବା ବୈଧ ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବ। ସେହି ଯାନଗୁଡ଼ିକ ପାଇଁ FASTag ରିଚାର୍ଜର ଅନୁମତି ଦିଆଯିବ ନାହିଁ। ସେମାନଙ୍କ FASTag ନିଷ୍କ୍ରିୟ ରହିବା ନେଇ ସଡ଼କ…

ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା ସୂଚନା କମିଶନ ଲାଞ୍ଚ ଅଭିଯୋଗରେ ଜଡିତ ଜଣେ ଆରଟିଆଇ ଆବେଦନକାରୀଙ୍କ ବିଷୟରେ ତଦନ୍ତ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କରେ କମିଶନ ପକ୍ଷରୁ ରେଜିଷ୍ଟ୍ରାର ଉପଯୁକ୍ତ ତଦନ୍ତ ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର…

ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର: ନବ ବର୍ଷର ଆରମ୍ଭରେ ହିଁ ଭୁବନେଶ୍ୱର ଓ କଟକ ଭଳି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ବୃଦ୍ଧି ପାଇଥିବାରୁ ସରକାର କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବବର୍ଷ ସକାଳେ ହିଁ ଭୁବନେଶ୍ୱରରେ ଏକ୍ୟୁଆଇ ୩୫୨ ଏବଂ କଟକରେ ୩୦୯ ରେକର୍ଡ…

ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି

ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ ଏବଂ ଢାବାରେ କୋଇଲା କିମ୍ବା କାଠ ଚୁଲା ବ୍ୟବହାର କରିବା ଉପରେ କଟକଣା ଲଗାଇଛି ବିଏମସି। ଏହି ପ୍ରକାରର…

ଆସନ୍ତାକାଲି ବନକଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆସନ୍ତାକାଲି ମାଘ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରିବେ। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…

ବାଲି ନେଲା ଜୀବନ; ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ମୃତ

ଭୁବନେଶ୍ୱର: ପିପିଲି ମଙ୍ଗଳପୁର ଛକ ନିକଟ ଜାତୀୟ ରାଜପଥ-୩୧୬ରେ ମଙ୍ଗଳବାର ଦିନ ସଡ଼କ ଦୁର୍ଘଟଣାରେ ଏକ ସ୍ଥାନୀୟ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶୀଲା ପଟ୍ଟନାୟକ। ସେ ଭୁବନେଶ୍ୱରର ବାସିନ୍ଦା ହୋଇଥିଲା ବେଳେ ତାଙ୍କ ପରିବାରରେ ନାବାଳକ ପୁଅ ଏବଂ…

Srimandir News: ପୁଣି ଶ୍ରୀମନ୍ଦିର ଭିତରେ ମିଳିଲା ବାହାର ଘିଅ, ୨ ସୁଆରଙ୍କୁ ନୋଟିସ ଜାରି

ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର…

ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ…