Latest Odisha News

BREAKING NEWS

Browsing Category

ଓଡିଶା

Odisha

Bomb Attack: ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼, ଦୁର୍ବୃତ୍ତ ଫେରାର

ଗଞ୍ଜାମ: ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ…

Mahanadi Water Dispute: ଛତିଶଗଡ ଯିବେ ଓଡ଼ିଶା ପ୍ରତିନିଧି ଦଳ, ମହାନଦୀର ଉପରମୁଣ୍ଡରେ କରିବେ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ…

ବାର୍‌ହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ପ୍ରାଣ, ୨ ଗୁରୁତର

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର । ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ…

ବାଜି ଚୌକରେ ପରିବା ବ୍ୟବସାୟୀଙ୍କୁ ହାଣିଲେ ଦୁର୍ବୃତ୍ତ

ଢେଙ୍କାନାଳ:ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ପରିବା ବ୍ୟବସାୟୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ପରେ କଟକ ଏସ ସିବିକୁ…

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଘାଟନ ହେଲା ଆଦିବାସୀ ମେଳା ୨୦୨୬ । ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ଜୀବନ, ଜୀବିକା, ମୌଳିକ ସମସ୍ୟା ଦୂର କରିବାକୁ ଫୋକସ୍ କରାଯିବ। ଖୁବ୍…

HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ

ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ…

ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ

ଜଗତସିଂହପୁର:ଗଣତନ୍ତ୍ର ଦିବସରେ କୁଜଙ୍ଗ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଜଣଙ୍କ ହେଲେ ଓମ୍ ପ୍ରକାଶ ଦ୍ବିବେଦୀ । ଖବରମୁତାବକ, କୋଚିଂ ସେଣ୍ଟର ଛାତ ଉପରୁ ଜାତୀୟ ପତାକା ଅବତରଣ ବେଳେ ଏଥିରେ ଲାଗିଥିବା ଜିଆଇ ରଡ୍…

ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ

ଭୁବନେଶ୍ୱର: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ସୋମବାର ଦିନ ୪୨ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା ପାଇଁ ପୋଲିସ ପଦକ ପ୍ରଦାନ କରିଛନ୍ତି। ଏଥିସହିତ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ…

ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଦେବଗଡ଼:ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ଲଜ୍ଜାଜନକ ଘଟଣା । ଦେବଗଡ଼ ଥାନା ଅଞ୍ଚଳର ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ । ଗତକାଲି ରାତିରେ ବାଲିରୋଇ ଗ୍ରାମର ଉଦିତ ପାତ୍ର ନିଶାସକ୍ତ ଅବସ୍ଥାରେ ନାମଯଜ୍ଞ ଦେଖିବାକୁ ଯାଇଥିବା ଶିଶୁକନ୍ୟାକୁ ଦୁଷ୍କର୍ମ…

ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର: ଫେବ୍ରୁଆରୀ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି । ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଏହି ସୂଚନା…