Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୀରାକୁଦରୁ ଛଡାଗଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ରବିବାର ଅର୍ଥାତ୍ ଆଜି ହୀରାକୁଦ ଛାଡ଼ିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଫାଟକ ଖୋଲାଯାଇଥିଲା ପରେ ଡ୍ୟାମର ୧୨ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି । ବାମପଟର ୮ ଏବଂ ଦକ୍ଷିଣପାର୍ଶ୍ବରେ ୪ଟି ଗେଟ୍‌ ଖୋଲାଯାଇଛି । ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି…

ଆସନ୍ତା ୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ଜୁଲାଇ ୯ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ । ବ୍ୟାଙ୍କର କର୍ମଚାରୀ ଓ ଅଫିସର୍ସ ସଂଘ ଏଆଇବିଇଏ, ବିଇଏଫ୍‌ଆଇ ଏବଂ ଏଆଇବିଓଏ ପକ୍ଷରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଦେଶର ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଏବଂ ଶତାଧିକ କ୍ଷେତ୍ରୀୟ ଫେଡେରେଶନଙ୍କ…

ଆଜି ସୁନାବେଶ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼: ସତର୍କ କଲା ପୋଲିସ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ । ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ । ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି…

ବାହୁଡ଼ା ଯାତ୍ରା ବେଳେ ଅଘଟଣ; ୨ କନଷ୍ଟେବଳ ମୃତ

ରାୟଗଡ଼ା: ବାହୁଡ଼ା ଯାତ୍ରା ସମୟରେ ଅଘଟଣ । ଡ୍ୟୁଟି କରୁଥିବା ବେଳେ ଦୁଇ କନଷ୍ଟେବଳ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କନେଷ୍ଟବଳ ରହିଛନ୍ତି । ମୃତ ପୁରୁଷ କନଷ୍ଟେବଳ ହେଲେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଓଡ଼ିଶା ପୋଲିସ ୪ଦିନରେ ଜିଣିଲା ୯ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି  କ୍ରମରେ ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି…

ରାତି ପାହିଲେ ଶ୍ରୀଜିଉଙ୍କ ସୁନାବେଶ; ଅପରାହ୍ନ ୫ଟାରୁ ରାତି ୧୧ଯାଏଁ ଦେବେ ଦର୍ଶନ

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ତିନି ରଥ । ପବିତ୍ର ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶେଷ ହୋଇଛି । ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି। ଆଜି ଅପରାହ୍ନ ୩ଟାରେ ରଥ ଟଣା…

ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜୁଲାଇ ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।…

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

ଭୁବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ। ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ…

ବ୍ୟାଙ୍କ୍‌ ଉପରୁ କଟକଣା ହଟାଇଲେ ସରକାର

ଭୁବନେଶ୍ବର:ଆଇସିଆଇସିଆଇ ,ଏଚଡିଏଫସି,ଆକ୍ସିସ୍‌ ବ୍ୟାଙ୍କ୍‌ ଉପରୁ କଟକଣା ହଟାଇଲେ ସରକାର । ରାଜ୍ୟ ସରକାର ଶନିବାର କଟକଣା ହଟାଇଛନ୍ତି । ସୂଚନାମୁତାବକ, ୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ…

ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥୁବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ୯ ତାରିଖ ଭାରତ ବର୍ଷର ପ୍ରମୁଖ ଶ୍ରମିକ ସଂଗଠନ ମାନଙ୍କର ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଉଛି। ଏହି ଦାବି ଯଥାର୍ଥରେ ଦେଶର ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଓ ଖାଉଟିମାନଙ୍କ ସ୍ୱାର୍ଥକୁ ରକ୍ଷା…