Latest Odisha News

BREAKING NEWS

Browsing Category

ସନେଟ

ସନେଟ : ପୂଣ୍ୟ ଜନମ ଭୂଇଁ

ଅନୀତା ପାଣି  ଏଇ ଉତ୍କଳ ସୁନାର ଉତ୍ପଳ ମୋ' ପୂଣ୍ୟ ଜନମ ଭୂଇଁ, ପହିଲି ସୂରୁଜ ସୁନେଲି ମୁରୁଜ ତା' ମାଟିକୁ ଦିଏ ଛୁଇଁ । ଭାରତ ମାତାର ଜୟ ଜୟକାରେ ଧମନୀରେ ଛୁଟେ ପ୍ରାଣ, ସୀମା ସରହଦେ ସୁପୁତ ରକ୍ଷକ ଛାତି ତା'ର ଶିରସ୍ତ୍ରାଣ । ପ୍ରଭାତେ ଓଁକାର ମନ୍ତ୍ର ବେଦଧ୍ଵନି ଆଖିପତା ଯାଏ…

ସନେଟ : ମଳୟ

ରବି ପଣ୍ଡା ଧୀରେ ଧୀରେ ଝର୍କା ଦେଇ ଧାରେ ଧାରେ ପଶି ଆସେ ଦକ୍ଷିଣା ପବନ ଶୀତକୁ ଆକଟ କରି ଉତ୍ତରା ପବନ ଫେରେ, ତା'ର ଅଭିସାର ସାରି ଅଳପ କୁହୁଡ଼ି ସହ ମିଠା ମିଠା ଥଣ୍ଡା ଦିଏ ପାହାନ୍ତି ପ୍ରହର ଝାପସା ଦିଗନ୍ତରୁ ସୂର୍ଯ୍ୟ ଉଏଁ , ଫିକା ଫିକା ଲାଲ୍ ରଙ୍ଗ ଧରି। ଆକାଶ କ୍ରମଶଃ ସଫା,…

ସନେଟ : ଶୁଭ୍ର ବିଳାସିନୀ

ଅନୀତା ପାଣି  ନୂଆ ଆଶା ନେଇ ମୁକୁଳିତ ମନେ ପାଖୁଡା ଦେଇଛି ମେଲି, ନବୀନ ସୁଷମା ଭରି ଅଙ୍ଗେ ଅଙ୍ଗେ ପବନରେ ଖେଳ ଦୋଳି। ଅଳସେ ବିଳସେ ଚହଟାଏ ଦିଗ ସରସ ସୁରଭି ବାସେ, ନରମ ନୟନେ ପଥିକ ମାନସ କିଣି ପାର ମଧୁ ହାସେ । ଶୁଭ୍ର ପିଆଲାରେ ମାଦକତା ଭରା ନିଖିଳ ନିରେଖି ଝୁମେ ? ବନ ବିଥିକାର…

ସନେଟ : ପ୍ରଣୟର ଦୁଇଧାର

ରଞ୍ଜିତା ରାଣୀ ହୋତା ତୁମେ ପଦ୍ମିନୀ ସୂର୍ଯ୍ୟମୁଖୀ ମୁଁ ପ୍ରଣୟର ଦୁଇଧାର, ତୁମେ ଛଳ ଛଳ ପୁଣ୍ୟତୋୟା ଗୋ ଫଲଗୁଟିଏ ମୁଁ ଛାର। ତନୁସିନା ମୋର କନକ ବରଣା , କନକ କପାଳ ତବ ହୃଦତନ୍ତ୍ରୀର ସ୍ନିଗ୍ଧ ସୁର ମୁଁ ତୁମେ ଅଭିନବ ସ୍ତବ। ନିଶିଶେଷେ ଯେବେ ପ୍ରାଚୀଦେଶେ ନବାରୁଣ ତନ୍ଦ୍ରାରୁ ଜାଗେ,…

ସନେଟ : ଆମ ବନ୍ଧୁତା

ରଞ୍ଜିତା ରାଣୀ ହୋତା ମନେ ଅଛି ସେଇ ଚିଠିଟି କେବଳ , ମନେ ନାହିଁ ସେଇ ତିଥି ମଞ୍ଜୁଳ ଆମ ବନ୍ଧୁତା ଯେବେ ତୋଳିଲା ପ୍ରଥମ ଗୀତି। ଚିର ପାବନ ସେ ସମ୍ପର୍କ ଆଜି କାଳ ଘୁର୍ଣ୍ଣନେ ଗଡ଼ି, ଜୀବନ ସାଗରେ ବତୀ ଘରଟିଏ ସତେକି ଦେଇଛି ଗଢ଼ି। ଠିଆ ହୋଇନି ମୁଁ ପାରୁଶେ ତୁମରି ହସ ଲୁହ ଝରା କାଳେ…

ସନେଟ : ଶୀତ

ରବି ପଣ୍ଡା ଶୀତ ସହ ମିତ ଏବେ ଗୀତଗାଏ ଜାଡର ପଉଷ ଉତ୍ତରା ପବନ ହୁଏ ଆଉ ଟିକେ ଉଗ୍ର, ଆକ୍ରାମକ ଭୂମି ଭୂମା ଏକାକାର, ଧୂଆଁଳିଆ କୁହୁଡ଼ି ବିଶେଷ ମାୟାଚ୍ଛନ୍ନ ଲାଗେ ସବୁ ପ୍ରକୃତିର ପ୍ରକାଶ କୁହୁକ। ଫୁଲର ଫୁଲେଇ ଶେଯ ଢାଙ୍କିଦିଏ ଚିତ୍ରିତ ଚାଦର ରଙ୍ଗେ ରଙ୍ଗେ ରଙ୍ଗିଣୀର କୋମଳ ଓ…

ସନେଟ : ପ୍ରେମିକା

ରଂଜିତା ରାଣୀ ହୋତା  ମଗ୍ନ ହୃଦୟେ ମହୁ ପ୍ରାୟେ ତୁମେ ମାଦକତା ଭରା କବିତା, ରମ୍ୟ ଭୁବନେ ନନ୍ଦନବନେ ତୁମେ ସୁରଭିତ ଯୂଥିକା ଜୀବନ ଅୟନେ ତୀବ୍ର ଦହନେ ସତେ କି ସଞ୍ଜ ସଳିତା ଭଲ ପାଇବାର ଭାଲଦେଶେ ଚାରୁ କୁଙ୍କୁମ ତୁମେ ପ୍ରେମିକା । ନାରୀ ଜୀବନର ସୁମଧୁର ରୂପ ତୁମ ବିନେ ଲାଗେ ଅଧୁରା…