Latest Odisha News

BREAKING NEWS

Browsing Category

  ଶିଶୁ ଗଳ୍ପ

ଶିଶୁ ଗଳ୍ପ : ପୁପୁନିର ଶୀତ ସକାଳ

କୁଞ୍ଜ ବିହାରୀ ସାହୁ ଆଜି ରବିବାର । ପୁପୁନି ଆରାମରେ ଶୋଇଛି । ସକାଳୁ ଉଠିପଡ଼ି ତା’ ବୋଉ ପୁପୁନିର ଦେହ ଉପରେ କମ୍ବଳ ଘୋଡ଼େଇଦେଲେ । ଭାବିଲେ – ଆଜି ତ ରାବିବାର ସ୍କୁଲ ଛୁଟି । ବାହାରେ ସିରିସିରି ପବନ ବୋହୁଛି । ବୁଲିଲେ ଦେହରେ ଥଣ୍ଡା ପଶିଯିବ । ପୁପୁନି ତ ଗେଲବରଷର । ତା ଦେହ…

ଶିଶୁ ଗଳ୍ପ : କୁନାର ଡଙ୍ଗା ଭସା

କୁଞ୍ଜବିହାରୀ ସାହୁ ବୋଉ....ବୋଉ.... ହଁ, କଣ ହେଲା କୁନା ? ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ । ମୋ ପାଇଁ ଡଙ୍ଗା କିଣିଦେବୁନି କି ? କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି…

ଶିଶୁ ଗପ : ଦୁଇ ସାଙ୍ଗ

କୁଞ୍ଜ ବିହାରୀ ସାହୁ ସବୁଦିନ ରମେଶ ତା ସାଥୀ ସୁରେଶ ସହ ସ୍କୁଲକୁ ଯାଏ । ବାଟରେ ଗପି ଗପି ସ୍କୁଲରେ ପହଞ୍ଚି ଯାଆନ୍ତି । ପ୍ରାର୍ଥନା ସମୟରେ ଧାଡ଼ିରେ ଠିଆ ହୋଇ ଆହେ ଦୟାମୟ ବିଶ୍ୱବିହାରୀ .. ଗୀତ ବୋଲନ୍ତି । ଗୁରୁଜୀ ଗୁରୁମାମାନେ ନିତିଶିକ୍ଷା ଦିଅନ୍ତି ଛୋଟ ଗପଟେ କହି । ରମେଶ ଓ…

ଶିଶୁ ଗଳ୍ପ : ରୀତୁର କବିତା ଲେଖା

କୁଞ୍ଜ ବିହାରୀ ସାହୁ ଗାଁରୁ ସହର ଆସିଛି ରୀତୁ ତା ବାପାଙ୍କ ସାଥୀରେ । ଗାଁର ଓଡିଆ ମିଡ଼ିୟମରେ ପଢ଼ୁଥିଲା । ହେଲେ ସହରକୁ ଆସିଲା ପରେ ତା' ବାପା ଇଂଲିଶ ମିଡିୟମରେ ନାଁ ଲେଖେଇଦେଲେ । ନୂଆ ସ୍କୁଲ, ନୂଆ ପୋଷାକ ପିନ୍ଧି ସ୍କୁଲକୁ ଗଲା । ପ୍ରଥମେ ଟିକେ ଟିକେ ଅଡ଼ୁଆ ଲାଗୁଥିଲା । ଏବେ ଠିକ୍…

ଶିଶୁ ଗଳ୍ପ : ରୋହନର ଠାକୁର ଦେଖା

କୁଞ୍ଜବିହାରୀ ସାହୁ  ରଥଯାତ୍ରାର ସମୟ । ତିନି ରଥରେ ତିନି ଦିଅଁଙ୍କର ସୁନାବେଶ ଦେଖିବାକୁ ରୋହନ ବାପାଙ୍କ ପାଖରେ ଅଳି କଲା । ଛୁଟି ହେତୁ ରାେହନର ବାପା ହଁ କହିଲେ । ହଁ ସିନା କହିଦେଲେ,ଏତେ ଭିଡ଼ରେ ଯିବାକୁ ମନ ବଳିଲାନି ରୋହନ ବାପାଙ୍କର । କିଛି ସମୟ ଚୁପ୍ ରହିଲେ ।ଏତିକିବେଳେ…

ଶିଶୁ ଗଳ୍ପ : କାଳିଆ ଲେଉଟିଲା

କୁଞ୍ଜ ବିହାରୀ ସାହୁ ଚାହୁଁଚାହୁଁ ବରଷେ ପୂରିଗଲା । କାଳିଆ ସାଆନ୍ତ ତା ସିଂହାସନରେ ବସିଛି ଯେ ବସିଛି । ତା' ପାଖରେ ଅଛି ବଡଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା । ଏମିତି ରତ୍ନ ସିଂହାସନରେ ବସି କେତେ ଭକ୍ତଙ୍କୁ ପାଖକୁ ଡାକୁଥିବ ଯେ । ସିଏ କଣ ବୁଝିପାରୁନି ତାକୁ ଟିକେ ଦର୍ଶନ କରିବାକୁ ପୁରୀ…

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା…

ଶିଶୁ ଗପ : ଟିକେ ଭୁଲ୍ ପାଇଁ

କୁଞ୍ଜ ବିହାରୀ ସାହୁ  ସକାଳେ ପାଗ ଭଲ ଥିଲା, ଅଥଚ ଉପରେବେଳା ପାଗ ସମ୍ପୂର୍ଣ୍ଣ ବଦଳିଗଲା । ଆକାଶ ମେଘୁଆ ହେଇଗଲା । ତୁହାକୁ ତୁହା ବର୍ଷା ଆଉ ବିଜୁଳି ମାରିଲା । ରୋଷେଇ ଘରେ ସାନୁ ବିସ୍କୁଟ ଖାଉଥିଲା । ତା ମୁଣ୍ଡରେ କଅଣ ଜୁଟିଲା କେଜାଣି ଦାଣ୍ଡଦୁଆରକୁ ଆସି ଦେଖିଲା ରାସ୍ତାରେ…

ଶିଶୁ ଗପ : ରୀତୁର ମହାନତା

କୁଞ୍ଜ ବିହାରୀ ସାହୁ  ରୀତୁର ବାପା ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସେଇଥିପାଇଁ ଦି ମାସ ତଳୁ ରୀତୁ ଗାଁରୁ ଆସିଛି । ଦିନକର କଥା । ରୀତୁ ଦାଣ୍ଡପିଣ୍ଡାରେ ଠିଆ ହେଇଛି । ବାହାରେ ବହୁତ ଖରା ହେଉଛି । ଝାଞ୍ଜି ପବନ ବହୁଛି, ମୁହଁ ଜଳିଲାପରି ଲାଗୁଛି । ଗାଁରେ…

ଶିଶୁ ଗପ : ମିଛୁଆ ମଶା

ସଫଳା ଦାସ ଥରେ ଗୋଟିଏ ଆମ୍ବ ଗଛରେ ମହୁମାଛିଟିଏ ମହୂଫେଣା ତିଆରି ତା ପିଲା ମାନଙ୍କୁ ଜଗି ବସି ଥାଏ ।ସେହି ଗଛ ମୂଳରେ ଅଳିଆ ଗଦା କରିଥାନ୍ତି ଲୋକମାନେ । କାହାରି ନଜର ନଥାଏ ମହୂ ଫେଣା ଉପରେ । ସେହି ଅଳିଆ ଗଦା ଉପରେ ମଶାଟିଏ ବୁଲୁ ଥାଏ । ଧିରେ ଧିରେ ଉଡି ଉଡି ମହୂ ଫେଣା ପାଖରେ…