Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Air pollution: ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ, ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ

ଭୁବନେଶ୍ୱର: ଡରାଇଲାଣି ବାୟୁ ପ୍ରଦୂଷଣ। ଦୀପାବଳୀ ପୂର୍ବରୁ ହିଁ ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ଆଜି ସନ୍ଧ୍ୟାରେ ନେଇପାରେ ଭୟଙ୍କର ରୂପ। କାରଣ ଭୁବନେଶ୍ବରର ବାୟୁମଣ୍ଡଳ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମଧ୍ୟମଧରଣର ପ୍ରଦୂଷିତ ହୋଇଛି। ଲଗାତାର ଗୋଟିଏ ସପ୍ତାହ ହେଲା ଏଭଳି…

Weather Update: ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ…

ହଷ୍ଟେଲରେ ମିଳିଲା ମଦ ପାଉଚ୍; ୯ ହାଇସ୍କୁଲର ଛାତ୍ର ବହିଷ୍କୃତ

ନବରଙ୍ଗପୁର: ହଷ୍ଟେଲରେ ମଦ ପାଉଚ୍ ମିଳିବା ପରେ ୯ ଛାତ୍ର ବହିଷ୍କୃତ । ପାପଡ଼ାହାଣ୍ଡି ବ୍ଲକ ମାନିଗା ସରକାରୀ ହାଇସ୍କୁଲର ୯ ଛାତ୍ର ବହିଷ୍କୃତ ହୋଇଛନ୍ତି । ସୂଚନାଥାଉକି, ନବମ ଶ୍ରେଣୀର ୪ ଓ ଦଶମ ଶ୍ରେଣୀର ୫ ଛାତ୍ର ବହିଷ୍କୃତ ହୋଇଛନ୍ତି । ତେବେ ୭ ଦିନ ପାଇଁ ସ୍କୁଲ୍‌ରୁ ବହିଷ୍କାର…

Diwali Wish:ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ; ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବାକୁ କହିଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ ସବୁଜ ଦୀପାବଳି ପାଳନ ପାଇଁ ନିବେଦନ…

‘Ama Bus’ Service: ଆସନ୍ତାକାଲି ଅପରାହ୍ନରେ ଗଡିବନି ଆମ ବସ୍

ଭୁବନେଶ୍ବର:ରାତି ପାହିଲେ ଦୀପାବଳି । ତେବେ ଦୀପାବଳି ପାଇଁ କାଲି ଅପରାହ୍ଣରେ ଚାଲିବନି 'ଆମ ବସ୍'। ଆସନ୍ତାକାଲି ଅପରାହ୍ଣ ୩ଟାରୁ 'ଆମ ବସ୍' ବନ୍ଦ । ରବିବାର ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ସୂଚନା ଦେଇଛି । ଏହାର ଏକ୍ସ ହ୍ୟାଣ୍ଡେଲରେ CRUT କହିଛି ଯେ…

No Kings:ଆମେରିକା ଇତିହାସର ସବୁଠାରୁ ବଡ଼ ପ୍ରତିବାଦ; ଟ୍ରମ୍ପଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ୱାଶିଂଟନ: ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିରୋଧ କରିବା ପାଇଁ ଲକ୍ଷ ଲକ୍ଷ ଲୋକ ଆମେରିକାର ରାସ୍ତାକୁ ଓହ୍ଲାଇଛନ୍ତି। ଏହା ଆମେରିକୀୟ ଇତିହାସର ସବୁଠାରୁ ବଡ଼ ପ୍ରତିବାଦ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରତିବାଦରେ ଆମେରିକୀୟ ଜନସାଧାରଣ ରାସ୍ତାକୁ…

Murder: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ମାରିଲା ବାପା; ହତ୍ୟାପରେ ପୋଲିସ…

ଢେଙ୍କାନାଳ:ଯୁବତୀଙ୍କୁ ଅସଦାଚରଣ କରି ଯୁବକଙ୍କ ଜୀବନ ଗଲା । ଝିଅକୁ ଅସଦାଚରଣ କରୁଥିବା ନେଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କଲା ବାପା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଆଖୁଆପାଳ ଗ୍ରାମରେ ଘଟିଛି ଏଭଳି ଅଭାନୀୟ ଘଟଣା । ହତ୍ୟା କରିବା ପରେ ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ବାପା ।…

Suvadra yojna: ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର । ୧୮ ହଜାର ଟଙ୍କା ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ ଛାତ୍ରୀ । ଯେଉଁ ଛାତ୍ରୀ ୧୮ ହଜାର ଟଙ୍କା ବୃତ୍ତି ପାଉଥିବେ ସେମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ବିବେଚିତ ହେବେ । କୌଣସି ଛାତ୍ରୀ ୧୮ ହଜାର ବା ତାଠାରୁ ଅଧିକ ଟଙ୍କାର ବୃତ୍ତି…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ପୁରୀ: ପୁରୀ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ସଦର ଥାନା ଅନ୍ତର୍ଗତ ଖଡ଼ିପଦା ଗାଁରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ୭ ଲକ୍ଷ ୭୧ ହଜାର ଟଙ୍କା ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଜଟିଆ ଓରଫ ସୋମନାଥ ରାଉତ ସହ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଛି…

ରାୟଗଡାରେ ମାଓବାଦୀଙ୍କୁ ଧରାନ୍ତୁ,ପୁରସ୍କାର ରାଶି ପାଆନ୍ତୁ; ଲାଗିଲା ପୋଷ୍ଟର

ରାୟଗଡା: କଲ୍ୟାଣସିଂହପୁର ବ୍ଲକରେ ଓଡିଶା ପୋଲିସ ପକ୍ଷରୁ ମାଓବାଦୀଙ୍କୁ ଧରାଇଲେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟର ମାଧ୍ୟମରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ମାଓବାଦୀମାନଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖାଯିବ । ଅନ୍ୟପଟେ…