ଝାରସୁଗୁଡା: ଡ୍ୟୁଟି ଆଲର୍ଟ କରିବା ନାଁରେ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ସିକ୍ୟୁରିଟି ଇନ୍ସପେକ୍ଟର ବଂଶୀରାମଙ୍କୁ ରଙ୍ଗେହାତ ଗିରଫ କରିଛି ସିବିଆଇ ଟିମ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଏମ୍ସିଏଲ୍ ଓରିଏଣ୍ଟ ସବ୍ଏରିଆ ଅଫିସର ସିକ୍ୟୁରିଟ ଇନ୍ସପେକ୍ଟର ବଂଶୀରାମ ୫ହଜାର ଟଙ୍କା ଲାଞ୍ଚ ନେବାସମୟରେ ସିବିଆଇ ହାତରେ ଧରାପଡିଛନ୍ତି।
ସୂଚନାଥାଉକି, ଓରିଏଣ୍ଟ ଏରିଆରେ କାର୍ଯ୍ୟରତ କର୍ମଚାରୀ ନବକିଶୋର ସାହୁଙ୍କ ଡ୍ୟୁଟି ଆଲର୍ଟ କରିବା ପାଇଁ ସିକ୍ୟୁରିଟି ଇନ୍ସପେକ୍ଟର ବଂଶୀରାମ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ନବକିଶୋର ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସିବିଆଇ ଅଭିଯୋଗ ଭିତ୍ତିରେ ଏକ ମାମଲା ରୁଜୁ କରି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲ।।
ଯୋଜନା ମୁତାବକ, ନବକିଶୋର ସାହୁ ଯେତେବେଳେ ବଂଶୀରାମଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ବଢ଼ାଉଥିଲେ, ସେହି ସମୟରେ ଆଗୁଆ ପ୍ରସ୍ତୁତ ହୋଇ ରହିଥିବା ସିବିଆଇ ଟିମ ହଠାତ୍ ଚଢ଼ାଉ କରି ବଂଶୀରାମଙ୍କୁ କାବୁ କରିଥିଲା।
ଶୁକ୍ରବାର ଅଭିଯୁକ୍ତ ବଂଶୀରାମଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି ।

Comments are closed.