Latest Odisha News

BREAKING NEWS

Sarpanch Chameli Ojha:ଭାଇରଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠେଇ ନେଲା ପୋଲିସ; ଏପଟେ ବାପା ଆଣିଲେ ଅଭିଯୋଗ

କେନ୍ଦ୍ରାପଡା: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଭିଡିଓ କରି ସରକାରଙ୍କୁ ଟାର୍ଗେଟ୍ କରୁଥିବା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଏବେ ଅଡ଼ୁଆରେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ ରହିଛନ୍ତି । BDOଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପଚରାଉଚରା ପାଇଁ ଚାମେଲିଙ୍କୁ ଅଣାଯାଇଥିବା କହିଛନ୍ତି ମହାକାଳପଡ଼ା ଥାନା ଅଧିକାରୀ ।

ପୋଲିସ ଥାନାକୁ ଆଣିବା ପରେ ଚାମେଲିଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ ।

ସୂଚନାଥାଉକି, ଆଜି ଅପରାହ୍ନରେ ଚାମେଲି ଓଝା ଓ ତାଙ୍କର ଭାଇ ମହାକାଳପଡା ବ୍ଲକକୁ ପଞ୍ଚାୟତର ସମସ୍ୟା ଜଣାଇବାକୁ ଆସିଥିଲେ । ଏହି ସମୟରେ ସାମାଜିକ ଗଣମାଧ୍ୟମରେ ଲାଇଭ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ଯରେ ଯୁକ୍ତିତର୍କ ହେବାପରେ ହୋହାଲ୍ଲା ମଧ୍ଯ ହୋଇଥିଲା। ଏନେଇ ବିଡିଓ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ମହାକାଳପଡା ପୋଲିସ ପହଁଚି ସରପଞ୍ଚ ଚାମେଲି ଓଝା ଓ ତାଙ୍କର ଭାଇକୁ ଥାନାରେ ଅଟକ ରଖିଥିଲା। ହଠାତ ସରପଞ୍ଚ ଚାମେଲି ଓଝାଙ୍କର ଶରୀର ଅସୁସ୍ଥ ହେବାପରେ ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ ।

ଏପଟେ ଚେମେଲିଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ । ଏ ନେଇ ପୋଲିସ ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.